କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୭ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୨ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ୧୮୦ ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୯.୪ ଓଭରରେ ୮ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଡେଓ୍ବାଲଡ ବ୍ରେଭିସ ୫୨ ରନ କରିଥିବାବେଳେ ଶିବମ ଦୁବେ ୪୫ ରନ କରିଥିଲେ । ସେହିପରି ଉର୍ଭିଲ ପଟେଲ ୩୧ ରନ କରିଥିଲେ ।
ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ସୁନୀଲ ନାରାୟଣ ଓ ରେହମାନୁଲ୍ଲା ଗୁରବାଜ୍ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ଗୁରବାଜ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ସୁନୀଲ ନାରାୟଣ ଓ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ନାରାୟଣ ୨୬ ରନ କରିଥିବାବେଳେ ଅଜିଙ୍କ୍ୟ ରାହାଣେ ୪୮ ରନ କରିଥିଲେ । ସେହିପରି ମଧ୍ୟକ୍ରମରେ ମନିଷ ପାଣ୍ଡେ ୩୬ ରନ କରିଥିବାବେଳେ ଆନ୍ଦ୍ରେ ରସେଲ ୩୮ ରନ କରିଥିଲେ । ମାତ୍ର ରିଙ୍କୁ ସିଂ ପୁଣି ବିଫଳ ହୋଇଥିଲେ । ସେ ମାତ୍ର ୯ ରନ କରି ଆଉଟ ହୋଇଥିଲେ ।
ଚେନ୍ନାଇ ପକ୍ଷରୁ ନୁର ଅହମ୍ମଦ ୪ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା ଓ ଅନସୁଲ କମ୍ବୋଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/07/lhtKEfE6IvtvMIL7swKW.jpg)