ଆଇପିଏଲ୍: ୬ ୱିକେଟରେ ବାଙ୍ଗାଲୋରକୁ ହରାଇଲା ଚେନ୍ନାଇ

ନୂଆଦିଲ୍ଲୀ:  ଆଜି ଶାରଜାଠାରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଚମତ୍କାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ୬ ୱିକେଟରେ ବାଙ୍ଗାଲୋର ରୟାଲ୍ ଚାଲେଞ୍ଜର୍ସକୁ ପରାସ୍ତ କରିଛି । ଏହି ବିଜୟ ସହ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଚେନ୍ନାଇ । ଏହି ମ୍ୟାଚରେ ଚେନ୍ନାଇର ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ ।

ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ବାଙ୍ଗାଲୋର ଦଳ । ଦଳ ପକ୍ଷରୁ କୋହଲି ଓ ଦେବଦତ୍ତ ପାଡିକଲ ଭଲ ଆରମ୍ଭ ଦେଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ଉଭୟ ଆଉଟ ହେବା ପରେ ଆଉ କେହି ଦଳୀୟ ସ୍କୋରକୁ ଆଗେଇ ପାରି ନଥିଲେ । ଫଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା ବାଙ୍ଗାଲୋର ।

୧୫୭ ରନର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ମୈଦାନକୁ ଓହ୍ଲାଇଥିଲା । ଦଳ ପକ୍ଷରୁ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ । ୧୮ ଓଭର ଖେଳି ଦଳ ଏହି ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା । ଚେନ୍ନାଇର ଓପନିଂ ଯୋଡ଼ି ଋତୁରାଜ ଗାଏକୱାର୍ଡ ଓ ଫାପ୍ ଡୁ ପ୍ଲେସିସ୍ ୭୧ ରନ କରି ଦଳକୁ ଭଲ ମୂଳଦୁଆ ଦେଇଥିଲେ। ଏହାପରେ ଅମ୍ବାତି ରାଇଡୁ(୩୨) ଓ ମୋଇନ୍ ଅଲ୍ଲୀ (୨୩) ସ୍କୋରକୁ ଆଗେଇ ନେଇଥିଲେ। ଶେଷରେ ଅଧିନାୟକ ଧୋନୀ (୧୧) ଏବଂ ସୁରେଶ ରାଇନା (୧୭) ବ୍ୟାଟିଂ ଲାଗି ଆସି ବିଜୟ ଦେଇଥିଲେ।

ସମ୍ବନ୍ଧିତ ଖବର