ଆଇପିଏଲ୍ : ୬ ଉଇକେଟରେ ହାଇଦ୍ରାବାଦକୁ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍

ଶାରଜା : ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ହାଇଦ୍ରାବାଦ ସନରାଇଜର୍ସକୁ ୬ ଉଇକେଟରେ ପରାସ୍ତ କରିଛି। ଆଜି ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ହାଇଦ୍ରାବାଦ ଦଳ ୭ ଉଇକେଟ୍ ହରାଇ ୧୩୪ ରନ କରିଥିଲା। ୧୩୫ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ବ୍ୟାଟିଂ ପାଇଁ ଓହ୍ଲାଇ ଥିଲା ଚେନ୍ନାଇ।  ଦୁଇ ଓପନର ଋତୁରାଜ ଗାଏକଓ୍ପାର୍ଡ ଏବଂ ଫାପ୍ ଡୁ ପ୍ଲେସିସ୍ ଭଲ ଆରମ୍ଭ କରିଥିଲେ। ଗାଏକଓ୍ପାର୍ଡ ୪୫ (୩୮) ଓ ଡୁ ପ୍ଲେସିସ୍ ୪୧( ୩୬) କରିଥିଲେ। ଏହାପ‌ରେ ମୋଇନ୍ ଅଲ୍ଲୀ ୧୭ ଓ ସୁରେଶ ରାଇନା ମାତ୍ର ୨ରନ କରି ଆଉଟ୍ ହୋଇଥିଲେ।ଏହାପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୪(୧୧) ଓ ଅମ୍ବାତି ରାଇଡୁ ୧୭ (୧୩) କରି ଦଳକୁ ବିଜୟ ଦେଇଥିଲେ। ହାଇଦ୍ରାବାଦ ପକ୍ଷରୁ ଜାସନ୍ ହୋଲଡର୍ ସର୍ବାଧିକ ୩ ଉଇକେଟ୍ ନେଇଥିଲେ।

ଆଜି ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ହାଇଦ୍ରାବାଦ ଆରମ୍ଭରୁ ଜେସନ ରଏଙ୍କୁ ହରାଇଥିଲା । ସେ ମାତ୍ର ୨ ରନ କରି ଆଉଟ ହୋଇଥିଲେ । ତେବେ ଅନ୍ୟତମ ଓପନର ଋଦ୍ଧିମାନ ଶାହା ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ୪୪ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅବଦୁଲ ସମଦ ଓ ଅଭିଷେକ ଶର୍ମା ୧୮ ରନ ଲେଖାଏଁ କରିଥିଲେ । ଶେଷ ବେଳକୁ ରସିଦ ଖାଁ ୧୭ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।  ଚେନ୍ନାଇ ପକ୍ଷରୁ ଜସ ହେଜେଲଉଡ ୩ଟି ଓ ବ୍ରାଭୋ ୨ଟି ଓ୍ବିକେଟ ନେଇଥିଲେ ।

ଆଜିର ମ୍ୟାଚ ଜିତି ଚେନ୍ନାଇ ପ୍ଲେ ଅଫରେ ନିଜର ସ୍ଥାନ ନିଶ୍ଚିତ କରିଛି ।

ସମ୍ବନ୍ଧିତ ଖବର