ଚେନ୍ନାଇ: ତାମିଲନାଡୁରେ କରୋନା ଲଢ଼େଇ ଲାଗି ଆଇପିଏଲ୍ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ୪୫୦ଟି ଅମ୍ଳଜାନ କନସେନଟ୍ରେଟର ଦାନ କରିଛି। ସିଏସ୍କେ କ୍ରିକେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଆର ଶ୍ରୀନିବାସନ୍ ଏହି କନସେନ୍ଟ୍ରେଟରଗୁଡ଼ିକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ତାମିଲନାଡୁ କ୍ରିକେଟ୍ ସଂଘର ସଭାପତି ରୁପା ଗୁରୁନାଥ ମଧ୍ୟ ଉପସ୍ଥିତ ଥିଲେ। ସିଏସ୍କେ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଭୂମିକା ଟ୍ରଷ୍ଟ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ସହଯୋଗରେ ଆମେ ଏହି କନସେନଟ୍ରେଟରଗୁଡ଼ିକୁ ସଂଗ୍ରହ କରିଛୁ। ଏଗୁଡ଼ିକ କରୋନା ସଂକ୍ରମିତଙ୍କ ପାଇଁ ଉପଯୋଗ ହେବ। ସିଏସ୍କେ ଖେଳାଳିମାନେ ମଧ୍ୟ ସାମାଜିକ ଗଣମାଧ୍ୟମରେ କରୋନା ସଚେତନତା ସୃଷ୍ଟି କରିବା ଆରମ୍ଭ କରି ଦେଇଛନ୍ତି। ଏହି ମହାମାରୀ ବିରୋଧରେ ସମସ୍ତେ ଏକାଠି ହେବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ କାଶି ବିଶ୍ବନାଥ ଆହ୍ବାନ କରିଛନ୍ତି।
ସିଏସ୍କେ ଦାନ କଲା ୪୫୦ ଅମ୍ଳଜାନ କନସେନ୍ଟ୍ରେଟର
/sambad/media/post_attachments/wp-content/uploads/2021/05/csk-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)