ଆଇପିଏଲ୍‌ : ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଦୁବାଇ : ଆଜି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୨୯ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଆଇପିଏଲରେ ପୂର୍ବରୁ ତିନି ଥର ଆଇପିଏଲ ଚାମ୍ପିୟନ ହୋଇଥିବା ଚେନ୍ନାଇ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୫ଟି ପରାଜୟ ସହ ମାତ୍ର ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ହାଇଦ୍ରାବାଦ ଦଳ ୭ଟି ମ୍ୟାଚ ଖେଳି ୩ଟି ବିଜୟ ଓ  ୪ଟି ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।

image credit : @ipl

ଆଜିର ମ୍ୟାଚ ପାଇଁ ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆଜିର ମ୍ୟାଚରେ ଜଗଦୀଶନଙ୍କ ସ୍ଥାନରେ ପିୟୁଷ ଚାଓ୍ଵଲାଙ୍କୁ ଖେଳାଯାଉଛି ।

ସମ୍ବନ୍ଧିତ ଖବର