ନୂଆଦିଲ୍ଲୀ: ମଙ୍ଗଳବାର ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଧୋନି ଓ ଝିଅ ଜିଭାଙ୍କ ସହ ସାକ୍ଷୀଙ୍କ ଏକ ଫଟୋ ସହିତ ସାକ୍ଷୀଙ୍କୁ “ଜଙ୍ଗଲର ରାଣୀ” କହି ଜନ୍ମଦିନର ଶୁଭେଚ୍ଛା ଜଣାଇଛି ଆଇପିଏଲ୍ ଫ୍ରାଞ୍ଚାଇଜ ଚେନ୍ନାଇ ସୁପରକିଙ୍ଗ୍ସ। ଧୋନିଙ୍କ ସହ-ମାଲିକାନାରେ ଥିବା ଇଣ୍ଡିଆନ୍ ସୁପର୍ ଲିଗ (ଆଇଏସଏଲ) ଦଳ ଚେନ୍ନାୟିନ୍ ଏଫ୍ସି ମଧ୍ୟ ସାକ୍ଷୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।
୧୯୮୮ ନଭେମ୍ବର ୧୯ରେ ଜନ୍ମ ହୋଇଥିବା ସାକ୍ଷୀଙ୍କୁ ୨୦୧୦ ଜୁଲାଇ ୪ରେ ଧୋନି ବିବାହ କରିଥିଲେ। ବିଶ୍ବକପ୍ ସେମିଫାଇନାଲରେ ଭାରତ ପରାସ୍ତ ହେବା ପରେ ଧୋନି କ୍ରିକେଟରୁ ଦୂରରେ ରହିଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗ୍ସ ତିନିଥର (୨୦୧୦, ୨୦୧୧ ଓ ୨୦୧୮) ଆଇପିଏଲ୍ ବିଜେତା ହୋଇଥିବା ବେଳେ ଦୁଇଥର ଚାମ୍ପିଅନ୍ସ ଲିଗ୍ ଟ୍ବେଣ୍ଟି-୨୦ ଜିତିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/adfgadgadg56ad7g89ad7g456ad4g56ad4g564adg564ad56g4adg.jpg)