ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଲୋକପ୍ରିୟ ଟିଭି ଭାଷ୍ୟକାର ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଆଜି ଆଇପିଏଲର ପ୍ରଥମ କ୍ୱାଲିଫାୟାର୍ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ । ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ , କାହିଁକି ନା ଏହି ମ୍ୟାଚରେ ବିଜୟ ଗୋଟିଏ ଦଳକୁ ଫାଇନାଲ ଟିକେଟ୍ ଦେବ । ହେଲେ ଏହାପୂର୍ବରୁ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟାଟିଂ ଫର୍ମ ଏବେ ଚେନ୍ନାଇ ପାଇଁ ଚିନ୍ତାର କାରଣ ପାଲଟିଛି । ଆଉ ଏହାରି ଭିତରେ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଲୋକପ୍ରିୟ ଟିଭି ଭାଷ୍ୟକାର ଆକାଶ ଚୋପ୍ରା ।

ଆକାଶ ଚୋପ୍ରାଙ୍କ କହିବା ମୁତାବକ, ମୋତେ ଲାଗୁଛି ଆଜି ଧୋନୀ ନିଜ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରିବେ । ଧୋନୀ ଆଜି ଜାଡେଜା ଓ ବ୍ରାଭୋଙ୍କ ପରେ ବ୍ୟାଟିଂ କରିବାକୁ ଆସିପାରନ୍ତି ବୋଲି କହିଛନ୍ତି ଆକାଶ ଚୋପ୍ରା ।

ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲରେ ଧୋନୀଙ୍କ ବ୍ୟାଟ୍ ପୂରାପୂରି ଶାନ୍ତ ରହିଛି । ହେଲେ ଜାଡେଜାଙ୍କ ବ୍ୟାଟ୍ କିନ୍ତୁ ୟୁଏଇରେ ଗର୍ଜିଛି । ତଳ ଅର୍ଡରରେ ଆସି ମଧ୍ୟ ଜାଡେଜା ଉପଯୋଗୀ ଇଂନିସ ଖେଳିବା ସହିତ ଦଳକୁ ବିଜୟ ଦେଇଛନ୍ତି । ତେଣୁ ଆଜି ଧୋନୀ, ଜାଡେଜାଙ୍କ ପରେ ବ୍ୟାଟିଂ କରିବାକୁ ଆସିପାରନ୍ତି ବୋଲି କହିଛନ୍ତି ଆକାଶ ଚୋପ୍ରା । ତେବେ ଚଳିତ ସିଜିନ୍ ନୁହେଁ ଗତ ଦୁଇ ସିଜିନ ମଧ୍ୟ ଧୋନୀଙ୍କ ପାଇଁ ସେତେଟା ଭଲ ଯାଇନି । ୨୦୨୦ରେ ଧୋନୀ କେବଳ ୧୧୦ ଷ୍ଟ୍ରାଇକ୍ ରେଟରେ ମାତ୍ର ୨ ଶହ ରନ୍ କରିଥିଲେ ।

ସମ୍ବନ୍ଧିତ ଖବର