ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ସୋମବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୩୦ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୫ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ । ୧୬୭ ରନର ଲକ୍ଷ୍ୟକୁ ଚେନ୍ନାଇ ୧୯.୩ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଶିବମ ଦୁବେ ୪୧ ରନ, ରାଚିନ ରବୀନ୍ଦ୍ର ୩୭ ରନ, ଶାଇକ ରସିଦ ୨୭ ରନ ଓ ମହେନ୍ଦ୍ର ସିଂ ଧୋନୀ ୨୬ ରନ କରିଥିଲେ ।
ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଆରମ୍ଭରୁ ନିଜର ତାରକା ବ୍ୟାଟ୍ସମ୍ୟାନ ଆଇଡେନ ମାର୍କରାମ ଓ ନିକୋଲାସ ପୁରନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ମିଚେଲ ମାର୍ସ ଓ ଅଧିନାୟକ ଋଷଭ ପନ୍ତଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ମାର୍ସ ୩୦ ରନ କରିଥିବାବେଳେ ପନ୍ତ ଅଧିନାୟକ ଇନିଂସ ଖେଳି ୪୯ଟି ବଲରେ ୬୩ ରନ କରିଥିଲେ । ଆୟୁଷ ବଦୋନି ୨୨ ରନ ଓ ଅବଦୁଲ ସମଦ ୨୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୬ ରନ କରିଥିଲା । ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଦେଜା ଓ ମଥିସା ପଥିରାନା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/14/jE25VdF5BcZj0HS7viC4.jpg)