ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ୬୭ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୮୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗ୍ସ । ୨୩୧ ରନର ଲକ୍ଷ୍ୟର ଜବାବରେ ଗୁଜରାଟ ୧୮.୩ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୪୧ ରନ କରିଥିବାବେଳେ ଅର୍ଶଦ ଖାଁ ୨୦ ଓ ଶାହରୁଖ ଖାଁ ୧୯ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ନୂର ଅହମ୍ମଦ ଓ ଅନୁସଲ କମ୍ବୋଦ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

Advertisment

ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଆୟୁଷ ମାହାତ୍ରେ ଓ ଦେଓ୍ବନ କନଓ୍ବେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମାହାତ୍ରେ ୩୪ ରନ କରିଥିବାବେଳେ କନଓ୍ବେ ୫୨ ରନ କରିଥିଲେ । ଉର୍ଭିନ ପଟେଲ ୩୭ ରନ କରଥିବାବେଳେ ଡେଓ୍ବାଲଡ ବ୍ରେଭିସ୍ ୫୭ ରନ କରିଥିଲେ । ବ୍ରେଭିସ ମାତ୍ର ୨୩ ବଲରେ ୫ ଛକା, ୪ ଚୌକା ସହ ଏହି ୫୭ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ୨୧ ରନ କରି ବ୍ରେଭିସଙ୍କୁ ସ୍କୋରକୁ ଆଗକୁ ବଢାଇବାରେ ସହଯୋଗ କରିଥିଲେ । 

ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଓ୍ବିକେଟ ନେଇଥିବାବେଳେ ସାଇ କିଶୋର, ରସିଦ ଖାଁ ଓ ଶାହରୁଖ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।