ଆଇପିଏଲ : ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୩୪ ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆଜିର ଚେନ୍ନାଇ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ପିୟୁଷ ଚାଓ୍ଵଲାଙ୍କ ସ୍ଥାନରେ କେଦାର ଯାଦବଙ୍କୁ ଖେଳାଯାଉଛି । ତେବେ ଦିଲ୍ଲୀ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଚଳିତ ଆଇପିଏଲରେ ଦିଲ୍ଲୀର ପ୍ରଦର୍ଶନ ଉତ୍ତମ ରହିଛି । ଦିଲ୍ଲୀ ୮ଟି ମ୍ୟାଚ ଖେଳି ୬ ବିଜୟ ୨ ପରାଜୟ ସହ ୧୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ଚେନ୍ନାଇ ୮ଟି ମ୍ୟାଚ ଖେଳି ୩ ବିଜୟ, ୫ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର