କଟକ: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ‘ଡି’ ଲାଇସେନ୍ସ ପାଠ୍ୟକ୍ରମ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ୨୩ ଜଣ ରେଫରି ଯୋଗଦେଇଛନ୍ତି। ଶ୍ୟାମ ମିଣିକ ଲୋଧ ପ୍ରଶିକ୍ଷଣ ଦେଉଛନ୍ତି। ଏଠାରୁ ଉତ୍ତୀର୍ଣ୍ଣ ହେଲେ ରେଫରିମାନେ ସି’ ଲାଇସେନ୍ସ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହେବେ। ବୁଧବାରଠୁ ଆରମ୍ଭ ହୋଇଥିବା ଏହି ପାଠ୍ୟକ୍ରମକୁ ଫାଓ ଉପ ସଭାପତି ଭକ୍ତବଲ୍ଲଭ ଦାସ ଉଦ୍‌ଘାଟନ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ଗୌତମ ଦାସ ଏଏଫ୍‌ସି ଗୋଲ୍‌ରକ୍ଷକ ଲେଭଲ-୧ ପାଠ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଧ୍ୟପ୍ରଦେଶର ଗ୍ଵାଲିଅର୍‌ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ଦ୍ୱିତୀୟ ପ୍ରଶିକ୍ଷକ ଭାବେ ସେ ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଫାଓ ପକ୍ଷରୁ ସୂଚନା ଦିଆଯାଇଛି।

Advertisment