କଟକ: ବାରବାଟୀ ଷ୍ଟାଡିୟମରେ କଟକ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଶନିବାରଠୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ତଥା ସଂସଦର ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ସିଏମ୍ସି ମେୟର ମୀନାକ୍ଷୀ ବେହେରା, କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି, ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଋଷିନାଥ ସାହୁ, ଭକ୍ତଭଲ୍ଲଭ ଦାସ, ସହଦେବ ରାଉତ, ଅଭିଜିତ୍ ପାଲ୍, ରଂଜନ ବିଶ୍ୱାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ, ବିଭାଗୀୟ ସମ୍ପାଦକ ବିପିନ୍ ବିହାରୀ ମହାନ୍ତି ପ୍ରମୁଖ ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ବାଳକ, ବାଳିକା, ପୁରୁଷ ଓ ମହିଳା ବିଭାଗରେ ୧୨୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି।
ପ୍ରଥମ ଦିନରେ ଅନୁଷ୍ଠିତ ଇଭେଣ୍ଟ ଗୁଡ଼ିକ ମଧ୍ୟରେ ୧୪ ବର୍ଷରୁ କମ୍ ବାଳକ ୬୦୦ ମିଟର ଦୌଡରେ ଦିପୁ ମାରାଣ୍ଡି, ୨୦ ବର୍ଷରୁ କମ୍ ବାଳିକା ଡିସ୍କସ୍ରେ ଉତ୍କଳିକା ପ୍ରିୟଦର୍ଶିନୀ, ୧୬ ବର୍ଷରୁ କମ୍ ବାଳକ ସଟ୍ପୁଟରେ ନିରଂଜନ ହେମ୍ବ୍ରମ୍, ମହିଳା ଡିସ୍କସ୍ରେ ଅପର୍ଣ୍ଣା ମହାନ୍ତି, ୧୪ ବର୍ଷରୁ କମ୍ ବାଳକ ସଟ୍ପୁଟରେ ଉମେଶ ନାୟକ, ୧୪ ବର୍ଷରୁ କମ୍ ବାଳିକା ଟ୍ରାଇଥଲନ୍ରେ ଅମ୍ରିତା ବାରିକ, ୧୪ ବର୍ଷରୁ କମ୍ ବାଳକ ଟ୍ରାଇଥଲନ୍ରେ ବିଜୁ ମୁଣ୍ଡା, ୧୮ ବର୍ଷରୁ କମ୍ ବାଳିକା ୮୦୦ ମିଟର ଦୌଡରେ ଶୁଭଦ୍ରା ନାୟକ, ୨୦ ବର୍ଷରୁ କମ୍ ବାଳିକା ୮୦୦ ମିଟର ଦୌଡ଼ରେ ବିନତୀ ବେହେରା, ମହିଳା ୮୦୦ ମିଟର ଦୌଡ଼ରେ ଦୀପ୍ତିମୟୀ ସାହୁ, ବାଳକ ୧୬ ବର୍ଷରୁ କମ୍ ୮୦୦ ମିଟର ଦୌଡ଼ରେ ଜଗମୋହନ ପୂର୍ତ୍ତି, ବାଳକ ୧୮ ବର୍ଷରୁ କମ୍ ୮୦୦ ମିଟର ଦୌଡ଼ରେ ଧନେଶ୍ୱର ହାଂସଦା, ୨୦ ବର୍ଷରୁ କମ୍ ବାଳକ ୮୦୦ ମିଟର ଦୌଡ଼ରେ ସୁନୀଲ କୁମାର ସାହୁ, ପୁରୁଷ ୮୦୦ ମିଟର ଦୌଡ଼ରେ ରୋଶନ୍ ମିଞ୍ଜ, ୧୪ ବର୍ଷରୁ କମ୍ ବାଳିକା ୬୦୦ ମିଟର ଦୌଡ଼ରେ ଉର୍ମିଳା ସାମଲ, ୨୦ ବର୍ଷରୁ କମ୍ ବାଳିକା ଜାଭେଲିନ୍ରେ ସଂଯୁକ୍ତା ମିଞ୍ଜ, ମହିଳା ଜାଭେଲିନ୍ରେ ସ୍ୱାଗତିକା ଜେନା, ପୁରୁଷ ଜାଭେଲିନ୍ରେ ନିତ୍ୟାନନ୍ଦ ଦାସ, ବାଳିକା ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ରାଜେଶ୍ୱରୀ ଦାସ, ମହିଳା ୧୦୦ ମିଟର ଦୌଡ଼ରେ ଅନିତା ମହାପାତ୍ର, ବାଳିକା ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ସୁନନ୍ଦା ଦାସ, ବାଳିକା ୧୪ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ରେ ପ୍ରୀତିପଦ୍ମା ଭୂୟାଁ, ବାଳିକା ୧୬ ବର୍ଷରୁ କମ୍ ୮୦୦ ମିଟର ଦୌଡ଼ରେ ବନ୍ଦନା ମହାରଣା, ବାଳିକା ୧୮ ବର୍ଷରୁ କମ୍ ଡିସ୍କସ୍ ଥ୍ରୋରେ କୀର୍ତ୍ତିମୟୀ ରାଉତ, ହାଇଜମ୍ପରେ ପ୍ରିୟଙ୍କା ଟପ୍ପୋ, ୧୬ ବର୍ଷରୁ କମ୍ ହାଇଜମ୍ପ୍ରେ ପ୍ରୀତିପ୍ରଜ୍ଞା ମହାନ୍ତି, ୧୪ବର୍ଷରୁ କମ୍ ହାଇଜମ୍ପରେ ପ୍ରିୟଙ୍କା ବେହେରା, ବାଳକ ୧୮ ବର୍ଷରୁ କମ୍ ସଟ୍ପୁଟ୍ରେ ଗଙ୍ଗାଧର ମଡକାମୀ, ପୁରୁଷ ସଟ୍ପୁଟରେ ରଂଜନ କୁମାର ସାହୁ, ବାଳକ ୨୦ ବର୍ଷରୁ କମ୍ ସଟ୍ପୁଟରେ ଆଶିଷ ଆଶୁତୋଷ ସେଠୀ, ବାଳକ ୨୦ ବର୍ଷୁ କମ୍ ଜାଭେଲିନ୍ରେ ଶ୍ରବଣ ବଡରାଇତା, ପୁରୁଷ ୫୦୦୦ ମିଟର ଦୌଡ଼ରେ ପ୍ରଶାନ୍ତ କୁମାର ବାରିକ, ମହିଳା ୫୦୦୦ ମିଟର ଦୌଡ଼ରେ ସମ୍ସାଦ୍ ଆରା ବେଗମ୍, ବାଳିକା ୨୦ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ରେ ରଶ୍ମିତା ମହାନ୍ତି, ବାଳକ ୨୦ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ରେ ଭୀମସେନ ଜଙ୍କା, ବାଳିକା ୨୦ ବର୍ଷରୁ କମ୍ ୫କି.ମି. ଚାଲିବାରେ ଅର୍ପିତା ରାଣୀ ପରିଡ଼ା, ବାଳିକା ୧୮ ବର୍ଷରୁ କମ୍ ୫କି.ମି. ଚାଲିବାରେ ତେଜସ୍ୱିନୀ କିସ୍ପୋଟା, ବାଳିକା ୧୬ ବର୍ଷରୁ କମ୍ ଡିସ୍କସ୍ ଥ୍ରୋରେ ଶୁଭଦୀପ୍ତା ଦାସ ପ୍ରଥମ ସ୍ଥାନରେ ରହିଛନ୍ତି। ରବିବାର ପ୍ରତିଯୋଗିତା ଉଦ୍ଯାପିତ ହେବ।