କଟକ ଜିଲ୍ଲା ୧୭ ବର୍ଷରୁ କମ୍‌ କୁସ୍ତି ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: କଟକ ଜିଲ୍ଲା କୁସ୍ତି ସ˚ଘ ପକ୍ଷରୁ ୧୭ ବର୍ଷରୁ କମ୍‌ କୁସ୍ତି ପ୍ରତିଯୋଗିତା ସ˚ଘ ଆଖଡ଼ାଠାରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାକୁ ସିଏମ୍‌ସି ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷ ର˚ଜନ କୁମାର ବିଶ୍ବାଳ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଷ୍ଟ୍ରୀୟ ମାନବାଧିକାର ସ˚ଘ ଓଡ଼ିଶା ଶାଖା ସଭାପତି ପ୍ରଦୀପ ବେହେରା ଯୋଗଦେଇଥିଲେ। ପ୍ରତିଯୋଗିତାରେ ରଘୁନାଥଜୀଉ ୟୁନାଇଟେଡ୍‌, ଉତ୍ତରମୁଖି, ଯୋଗମାୟା, ବାରବାଟୀ, ରାଜ୍‌, କଳିଙ୍ଗ ଜିମ୍ନାସିୟମ୍‌, ପପୁଲାର, ମଦନମୋହନ, ସିଦ୍ଧେଶ୍ବର, ଉତ୍କଳ ଜିମ୍ନାସିୟମ୍‌, ବାଇମୁଣ୍ତି, ଦାଦନ କ୍ଲବ୍‌ରୁ ପ୍ରାୟ ୪୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। କୃତୀ ପ୍ରତିଯୋଗୀମାନେ ଆସନ୍ତା ୧୮ ତାରିଖରେ ପୁରୀରେ ହେବାକୁ ଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତାରେ କଟକକୁ ପ୍ରତିନିଧିତ୍ବ କରିବେ। ଜିଲ୍ଲା ସ˚ଘ ସାଧାରଣ ସମ୍ପାଦକ କିଶୋର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାର ଉଦ୍‌ଘାଟନୀ ବେଳେ ରାଜ୍ୟ ସ˚ଘ ସମ୍ପାଦକ ବିନୋଦ ଦାସ, ଦେବେନ୍ଦ୍ର ବେହେରା ଉପସ୍ଥିତ ଥିଲେ। ବିଚାରପତି ଭାବେ କାଳନ୍ଦୀ ମାଳିଆ, ସନ୍ତୋଷ ଦାସ ଏବ˚ ଜିତୁ ଦାସ ମ୍ୟାଚ୍‌ ପରିଚାଳନା କରୁଥିବା କାର୍ଯ୍ୟାଳୟ ସମ୍ପାଦକ ଦିଲ୍ଲୀପ ନାରାୟଣ ଗୁଟୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର