କଟକ ଜିଲ୍ଲା କୁସ୍ତି ପ୍ରତିଯୋଗିତା ଉଦ୍‌ଯାପିତ

କଟକ: କଟକ ଜିଲ୍ଲା କୁସ୍ତି ସ˚ଘ ଆନୁକୂଲ୍ୟରେ ଜିଲ୍ଲା କୁସ୍ତି ପ୍ରତିଯୋଗିତା ବାରବାଟୀ ଷ୍ଟାଡିୟମସ୍ଥିତ କ୍ଲବ୍‌ ହାଉସଠାରେ ଶେଷ ହୋଇଛି। ଜିଲ୍ଲା କୁସ୍ତି ସ˚ଘର ଅନୁବନ୍ଧିତ ୨୦ଟି ଅନୁଷ୍ଠାନରୁ ୭୬ ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଥିଲେ। ପୁରୁଷରେ ଗୁଲାମ ମୁର୍ସାଲିନ୍‌ ଖାନ୍‌, ଅଜିତ କୁମାର ଫୁଟନ, ପ୍ରଶାନ୍ତ କୁମାର ବେହେରା, ଶୁଭ କୁମାର ସାମଲ, ସୁରଜ ଚୌଧୁରୀ, ଅରିଜିତ ମଲ୍ଲିକ, ବାଦଲ ସାମଲ, ସୌମ୍ୟର˚ଜନ ସ୍ବାଇଁ ଏବ˚ ମହିଳାରେ ରୋଜାଲିନ୍‌ ପାଲ୍‌, ସୁପ୍ରଭା ରାଉତ, ଭାରତୀ ଲକ୍ଷ୍ମୀ ମହାପାତ୍ର, ଅଜିଜା ବେଗମ୍‌, ଜ୍ୟୋତି ବାରିକ, ତାହିରା ଖାତୁନ୍‌, ମନିଷା ବେହେରା ବିଭିନ୍ନ ବୟସ ବର୍ଗରେ ପ୍ରଥମ ହୋଇଛନ୍ତି।

କନିଷ୍ଠ ବାଳକରେ ଗୁଲାନ ମୁର୍ସାଲିନ୍‌ ଖାନ୍‌, ବାଦଲ ସାମଲ, ବାଳିକାରେ ବନିତା ପାତ୍ର, ସନ୍ତୋଷିନୀ ନାୟକ, ୧୫ ବର୍ଷରୁ କମ୍‌ ବାଳକରେ ଅବିନାଶ ନାୟକ, ରୁଦ୍ରପ୍ରକାଶ ସେଠୀ, ଶୁଭ୍ରବନ୍ତ ସେଠୀ, ସାଇ ପ୍ରସାଦ ସାମଲ, ସେକ୍‌ ସାହିଦ ସଲିନ୍‌, ରୁଦ୍ରା˚ଶ ମହାପାତ୍ର, ବାଳିକାରେ ଶୁଭଶ୍ରୀ ପାଲ୍‌, ଜ୍ୟୋତି ସେଠୀ, ଅନ୍ନପୂର୍ଣ୍ଣା ନାୟକ, ପୂଜା ସେଠୀ, ସୋନିଆ ନାୟକ, ଉପକନିଷ୍ଠ ବାଳକରେ ସୂର୍ଯ୍ୟକାନ୍ତ ମଲ୍ଲିକ, ସୁମନ୍ତ ଜେନା, ନିଶିତ ର˚ଜନ ନାୟକ, ବିଜୟ କୁମାର ସି˚ହ, ବାଳିକାରେ ଶୁଭଶ୍ରୀ ନାୟକ, ବନିତା ପାତ୍ର, ସଗୁଫ୍‌ତା ବେଗମ ବିଭିନ୍ନ ବୟସ ବର୍ଗରେ ଶୀର୍ଷରେ ରହିଛନ୍ତି। ସମସ୍ତ କୃତି ପ୍ରତିଯୋଗୀ ଆସନ୍ତା ୧୯ ଓ ୨୦ ତାରିଖରେ ହେବାକୁଥିବା ରାଜ୍ୟ କୁସ୍ତି ପ୍ରତିଯୋଗିତାରେ କଟକକୁ ପ୍ରତିନିଧିତ୍ବ କରିବେ। କଟକ ଜିଲ୍ଲା କୁସ୍ତି ସ˚ଘ ସମ୍ପାଦକ କିଶୋର ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା କ୍ରୀଡ଼ା ସ˚ସଦର ଉପ ସଭାପତି ର˚ଜନ କୁମାର ବିଶ୍ବାଳ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ˚ଘର କାର୍ଯ୍ୟକାରୀ ସଭାପତି ବିରଜା ପ୍ରସାଦ ଦାସ, ନୀଳମଣି ସାହୁ, ପ୍ରଶାନ୍ତ ମଲ୍ଲିକ, ଯୋଗେନ୍ଦ୍ର ପୃଷ୍ଟି, ନିହାର ମହାରଣା, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ୍‌ଗୁଡ଼ିକୁ ନାରାୟଣ ବେହେରା, ସନ୍ତୋଷ ଦାସ, ଅମ୍ବାଳିକା ଜେନା, କୁମାର ରାଏ, କାଳନ୍ଦି ମାଣିଆ, ଦିଲ୍ଲୀପ ନାରାୟଣ ଗୁଟୁ, ଅମୃତ କୁମାର ସାହୁ, ଜିତେନ୍ଦ୍ର ଦାସ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର