କଟକ ଛାତ୍ରାବାସ ବିଜେତା

ସର୍ବଭାରତୀୟ ଶିମିଳିପାଳ କପ୍‌ ଫୁଟ୍‌ବଲ୍‌

ଖୁଣ୍ଟା (ମୟୂରଭଞ୍ଜ): ଭୋଳାଗଡ଼ିଆ ମିନି ଷ୍ଟାଡିୟମରେ ଆୟୋଜିତ ଦ୍ୱାଦଶ ସର୍ବଭାରତୀୟ ଶିମିଳିପାଳ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପୁରୁଷରେ ୧୬ ଓ ମହିଳାରେ ୮ ଦଳ ଅଂଶଗ୍ରହଣ କରିଥିଲେ। ପୁରୁଷ ବର୍ଗରେ କଟକ କ୍ରୀଡ଼ର ଛାତ୍ରାବାସ ଏବଂ ମହିଳାରେ ରାଞ୍ଚି ବିଜେତା ହୋଇଛି। ଉଭୟ ବର୍ଗର ଫାଇନାଲ୍‌ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ପୁରୁଷ ଫାଇନାଲ୍‌ରେ ଛାତ୍ରାବାସ ଦଳ ଟାଇବ୍ରେକର୍‌ ୫-୪ ଗୋଲ୍‌ରେ ଓଡ଼ିଶା ଫୁଟ୍‌ବଲ୍‌ ଏକାଡେମିକୁ ପରାସ୍ତ କରିଥିଲା ବେଳେ ମହିଳା ଫାଇନାଲ୍‌ରେ ରାଞ୍ଚି ଟାଇବ୍ରେକର୍‌ ୪-୩ ଗୋଲ୍‌ରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରି ଟ୍ରଫି ହାତେଇଥିଲା।

ସମ୍ବନ୍ଧିତ ଖବର