କଟକରେ ଜାତୀୟ ମହିଳା ଫୁଟବଲ୍‌ ୧୮ରୁ

ଟିକିନାଙ୍କୁ ଓଡ଼ିଶାର ନେତୃତ୍ୱ, ଗାୟତ୍ରୀ ପ୍ରଶିକ୍ଷକ

କଟକ: ଆସନ୍ତା ୧୮ ତାରିଖରୁ କଟକରେ ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଏଥିପାଇଁ ଟିକିନା ସାମଲଙ୍କ ନେତୃତ୍ୱରେ ୨୦ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ପ୍ୟାରୀ ଖାଖା ଉପଅଧିନାୟକ ଦାୟିତ୍ୱରେ ରହିବେ। ଗାୟତ୍ରୀ ମଲ୍ଲିକଙ୍କୁ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ସହିତ ୨୭ ଦଳ ଅଂଶଗ୍ରହଣ କରୁଛନ୍ତି। ଦଳମାନଙ୍କୁ ନେଇ ୮ ଗ୍ରୁପ୍‌ କରାଯାଇଛି। ଗ୍ରୁପ୍‌ ସି’ରେ ଓଡ଼ିଶା ସହିତ ତେଲେଙ୍ଗାନା ଓ ଛତିଶଗଡ଼ ସ୍ଥାନ ପାଇଛନ୍ତି। ଓଡ଼ିଶା ପ୍ରଥମ ମ୍ୟାଚ୍‌ ୧୮ ତାରିଖରେ ଛତିଶଗଡ଼ ଏବଂ ଦ୍ୱିତୀୟ ମ୍ୟାଚ୍‌ ୨୨ ତାରିଖରେ ତେଲେଙ୍ଗାନା ସହିତ ଖେଳିବ। ୧୮ ତାରିଖରୁ ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଗ୍ରୁପ୍‌ ବିଜେତାଙ୍କୁ ନେଇ ୨୭ ତାରିଖରେ କ୍ୱାର୍ଟର ଫାଇନାଲ୍‌, ୨୯ରେ ସେମିଫାଇନାଲ୍‌ ଓ ଅକ୍ଟୋବର ୧ ତାରିଖରେ ଫାଇନାଲ୍‌ ଖେଳାଯିବ। ସମସ୍ତ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ବିଡ଼ାନାସୀ ପଡ଼ିଆରେ ଅନୁଷ୍ଠିତ ହେବ। ମ୍ୟାଚଗୁଡ଼ିକ ପରିଚାଳନା ପାଇଁ ୨୩ ଅଧିକାରୀମାନେ ନିୟୋଜିତ ହେବେ ବୋଲି ଫାଓ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ଦଳ: ଟିକିନା ସାମଲ, ସୁକାନ୍ତି ରାଉତ, ନନ୍ଦିନୀ ମୁଣ୍ଡା, ଜ୍ୟୋତ୍ସ୍ନା ମଲ୍ଲିକ, ସୋନାଲି ଓରାମ, ପାର୍ବତୀ କୁଜୁର, ଡିଗି ମାଝୀ, ଜୁଲି କିଶାନ, ସିନୁଲତା ସାହୁ, ଜବାମଣି ସୋରେନ୍‌, ଜସ୍‌ମଣି ସମଦ୍‌, ଆରତି ସେଠୀ, ସୁସ୍ମିତା ଦଳେଇ, ଝରଣା ମଲ୍ଲିକ, ଦମୟନ୍ତୀ ତିରିଆ, ବନ୍ୟା କବିରାଜ, ପ୍ୟାରୀ ଖାଖା, ଅଞ୍ଜୁ ତମଙ୍ଗ, ସତ୍ୟବତୀ ଖଡ଼ିଆ, ଶୁଭଦ୍ରା ସାହୁ।

ସମ୍ବନ୍ଧିତ ଖବର