କଟକ: ଜଗତପୁର ନିମପୁର ସ୍ପୋର୍ଟ୍ସ ଓ କ୍ରିକେଟ କ୍ଲବ୍ ପକ୍ଷରୁ ରବିବାର କଟକ ପ୍ରିମିୟର ଲିଗ୍ ଆରମ୍ଭ ହୋଇଛି। ପ୍ରଥମ ଦିନ ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ରାଇଜିଂ ଷ୍ଟୁଡେଣ୍ଟ୍ଓ ଓ ନିମପୁର କ୍ଲବ୍ ବିଜୟୀ ହୋଇଛନ୍ତି। ରାଇଜିଂ ଷ୍ଟୁଡେଣ୍ଟ୍ସ ୪ ଓ୍ଵିକେଟରେ ବିଶ୍ୱଭାରତୀକୁ ପରାସ୍ତ କରିଛି। ନିର୍ଧାରିତ ୨୦ ଓଭରରେ ବିଶ୍ୱଭାରତୀ ୯ ଓ୍ଵିକେଟ୍ ବିନିମୟରେ ୧୪୦ ରନ୍ କରିଥିଲା। ସୁବିତ୍ ବିଶ୍ୱାଳ ୩୯ ବଲ୍ରୁ ୫୩ ଓ ଆର୍ଆର୍ ରାଉତ ୨୯ ବଲ୍ରୁ ୩୩ ରନ୍ କରିଥିଲେ। ରାଇଜିଂର ତାରାକାନ୍ତ ସାମଲ ୪ ଓ ଦୀପକ ବେହେରା ୩ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ୧୪୧ ରନ୍ର ଲକ୍ଷ୍ୟକୁ ରାଇଜିଂ ଷ୍ଟୁଡେଣ୍ଟ୍ସ ୨ଟି ବଲ୍ ବାକିଥାଇ ହାସଲ କରିପାରିଥିଲା। ଦୀପକ ବେହେରା ୨୨ ଓ ପ୍ରତୀକ ଦାସ ୨୫ ରନ୍ କରିଥିଲେ। ବିଜୟୀ ଦଳର ୪ ଓ୍ଵିକେଟ୍ ଅକ୍ତିଆର କରିଥିବା ତାରାକାନ୍ତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ନିମପୁର ୪ ଓ୍ଵିକେଟରେ ଭୁବନେଶ୍ୱରର ରେଡ୍ ଷ୍ଟାର୍କୁ ପରାସ୍ତ କରିଛି। ନିମପୁର ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୬ ରନ୍ କରିଥିଲା। ରାଜେଶ ଧୂପର ସର୍ବାଧିକ ୭୪, ଅବିନାଶ ନାୟକ ୪୬, ଇକବାଲ୍ ଅମିନ ୩୧, ଗିରିଜା ରାଉତ ୨୦ ରନ୍ କରିଥିଲା ବେଳେ ରେଡ୍ ଷ୍ଟାର୍ ପକ୍ଷରୁ ଶୋଭନ୍ ସୌରଭ ସ୍ୱାଇଁ, ନୃସିଂହ ମହାକୁଡ଼ ଦୁଇଟି ଲେଖାଏଁ ଓ୍ଵିକେଟ୍ ପାଇଥିଲେ। ଜବାବରେ ରେଡ୍ ଷ୍ଟାର୍ ୧୬.୩ ଓଭରରେ ୧୧୭ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ସନ୍ନି ନନ୍ଦି ସର୍ବାଧିକ ୨୧ ରନ୍ କରିଥିଲା ବେଳେ ବିଜୟୀ ଦଳର ପ୍ରକାଶ ପଣ୍ଡା ୩, ସୁନୀଲ ରାଉଳ, ଲିଙ୍ଗରାଜ ବେଜ୍ ଓ ଗିରିଜା ରାଉତ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ରାଜେଶ ଧୂପରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ରୂପେ ହାଇଟେକ୍ ମେଡିକାଲ୍ କଲେଜର କ୍ରୀଡ଼ା ନିର୍ଦେଶକ ଡକ୍ଟର ପ୍ରେମ୍ ରଂଜନ ଓଝା ପୁରସ୍କାର ପ୍ରଦାନ କରିଥିଲେ। ସିଏମ୍ସି ମେୟର ମିନାକ୍ଷୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ ସଭାପତି ବିଭୂ ଶତପଥୀ, ସମ୍ପାଦକ ତଥା ମଲ୍ବେରି କମ୍ପାନୀ ନିର୍ଦେଶକ ନୃସିଂହ ଚରଣ ପରିଡ଼ା, କ୍ଲବ୍ ଉପଦେଷ୍ଟା ଆରତ ରଂଜନ ବିଶ୍ୱାଳ, ହାଇଟେକ୍ ମେଡିକାଲ୍ କଲେଜ କ୍ରୀଡ଼ା ନିର୍ଦେଶକ ଡକ୍ଟର ପ୍ରେମ୍ରଂଜନ ଓଝା, ସମାଜସେବୀ ଅନୁପ କୁମାର ମହାନ୍ତି, କର୍ପୋରେଟର ଦୟାନିଧି ନାୟକ ଏବଂ କ୍ଲବ୍ର ବରିଷ୍ଠ ସଦସ୍ୟମାନେ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରଥମ ଦିନ ରାଇଜିଂ ଷ୍ଟୁଡେଣ୍ଟ୍ସ, ନିମପୁର ବିଜୟୀ
କଟକ ପ୍ରିମିୟର ଲିଗ୍ ଆରମ୍ଭ
/sambad/media/post_attachments/wp-content/uploads/2018/04/C-P-L-udghatita-at-nimpur-padiya-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)