କଟକ ସାଇ ଆଶା ଉଜ୍ଜୀବିତ

ଭୁବନେଶ୍ବର: ଲୁଧିଆନାରେ ଚାଲିଥିବା ଭାରତୀୟ ମହିଳା ଲିଗ୍‌ରେ କଟକର ସାଇ-ଏସଟିସି ଦଳ ମଙ୍ଗଳବାର ୧-୦ ଗୋଲ୍‌ରେ ବାଙ୍ଗାଲୋର୍ ୟୁନାଇଟେଡ୍‌କୁ ପରାସ୍ତ କରି ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ କରିଛି। ଦ୍ବିତୀୟାର୍ଧରେ ଦଳକୁ ମିଳିଥିବା ପେନାଲଟିକୁ ଗୋଲରେ ପରିଣତ କରି ଦୀପକା ନାଏକ ଓଡ଼ିଶା ଦଳକୁ ଏହି ବିଜୟ ଦେଇଥିଲେ। ଜ୍ୟୋତି କୁମାରୀ କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବ ମ୍ୟାଚ୍‌ରେ ମଣିପୁର ପୋଲିସ୍‌ ନିକଟରୁ ୦-୧୦ରେ ପରାସ୍ତ ହୋଇଥିବା ସାଇ-ଏସଟିସି ଏବେ ୬ ପଏଣ୍ଟ୍ ସହ ଆଶା ବଢ଼ାଇଛି। ଅନ୍ୟ ଏକ ମ୍ୟାଚ୍‌ରେ ମଣିପୁର ପୋଲିସ୍‌ ୭-୧ ଗୋଲରେ କୋହ୍ନାପୁର ସିଟି ଏଫସିକୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ମଣିପୁର ପକ୍ଷରୁ ବାଲାଦେବୀ ଏକାକୀ ୩ ଏବଂ ପ୍ରମେଶ୍ବରୀ ଦେବୀ ୨ ଗୋଲ୍ ଦେଇଥିଲେ।

ସମ୍ବନ୍ଧିତ ଖବର