ଆନନ୍ଦପୁର: ଆନନ୍ଦପୁର ଷ୍ଟାଡ଼ିୟମଠାରେ ଚାଲିଥିବା ପ୍ରଥମ କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ବଲ ପ୍ରତିଯୋଗିତାର ବୁଧବାର ଏକ ମ୍ୟାଚ୍ରେ କଟକ କ୍ରୀଡ଼ା ଛାତ୍ରାବାସ ୩-୦ ଗୋଲ୍ରେ ଭୁବନେଶ୍ୱରର କିଶୋର କ୍ଲବକୁ ପରାସ୍ତ କରିଦେଇଛି। ବିଜୟୀ ଦଳ ପ୍ରଥମାର୍ଧରେ ଗୋଟିଏ ଏବଂ ଦ୍ଵିତୀୟାର୍ଧରେ ଦୁଇଟି ଗୋଲ୍ କରିଥିଲା। ଛାତ୍ରାବାସ ଦଳର ଫ୍ରାନସିସ୍ ଲାକ୍ରାଙ୍କୁ ଶେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ସୁଜିତ୍ କୁମାର ପାତ୍ର, ପ୍ରଶାନ୍ତ କୁମାର ପାଲ, ଉତ୍କଳମଣି ବେହେରା, ସୁଦୀପ କୁମାର ପାତ୍ର ମ୍ୟାଚ୍ ପରିଚାଳନା କରିଥିଲେ। ଗୁରୁବାର ବାରବାଟୀ ସ୍ପୋର୍ଟିଂ କ୍ଲବ୍ ଓ ୟାଜ୍ଦାନୀ କ୍ଲବ-୭୩ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଖେଳାଯିବ।
କିଶୋର କ୍ଲବ୍କୁ ହରାଇଲା କଟକ କ୍ରୀଡ଼ା ଛାତ୍ରାବାସ
କୁଶରଂଜନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ବଲ୍
/sambad/media/post_attachments/wp-content/uploads/2018/03/Football-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)