ଭୁବନେଶ୍ବର: ନୂଆପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ଖେଳ ପଡ଼ିଆରେ ସିଟି କ୍ଲବ୍ ଏବଂ ଭୁବନେଶ୍ବର ଫୁଟ୍ଭଲି ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଶ୍ରୀକୃଷ୍ଣ ବିଶ୍ବାଳ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍ଭଲି ପ୍ରତିଯୋଗିତାରେ କଟକ ମହିଳା ଏବଂ ଢେଙ୍କାନାଳ ପୁରୁଷ ଦଳ ବିଜେତା ହୋଇଛନ୍ତି। ମହିଳାରେ ଭୁବନେଶ୍ବରର ନୀତା ଆମ୍ବାନୀ ଏକାଡେମି ଏବଂ ପୁରୁଷରେ କନ୍ଧମାଳ ଦଳ ଉପବିଜେତା ହୋଇଛନ୍ତି। କଟକର ତୁଳସୀ ବେହେରା ଶ୍ରେଷ୍ଠ ମହିଳା ଏବଂ ଢେଙ୍କାନାଳର ମନୋଜ କୁମାର ସେଠୀ ଶ୍ରେଷ୍ଠ ପୁରୁଷ ଖେଳାଳି ଏବଂ କିସ୍ର ଗଣେଶ ମୁର୍ମୁ ଶ୍ରେଷ୍ଠ ଶୃଙ୍ଖଳିତ ଖେଳାଳି ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ ସମାଜସେବୀ ଜଗନ୍ନାଥ ପ୍ରଧାନ, ଅଭିନେତ୍ରୀ ପିଙ୍କି ପ୍ରଧାନ, ଓଡ଼ିଶା ଫୁଟ୍ଭଲି ସଂଘ ସଭାପତି ଦିଲୀପ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଦେବାଶିଷ ନାୟକ, ଉପସଭାପତି ସଙ୍ଗୀତା ଶର୍ମା, ଲାଇଫ୍ ଷ୍ଟାଇଲ୍ର ମୁଖ୍ୟ ପାର୍ଥ ବିଶ୍ବାଳ, ବିଜେପି ଯୁବ ନେତା ଅର୍ଜୁନ ବେହେରା, ଭୁବନେଶ୍ବର ସଭାପତି ବୃନ୍ଦାବନ ଦଳବେହେରା, ସମ୍ପାଦକ ପ୍ରଦୀପ ରାଉତରାୟ, ଶିଳ୍ପପତି ନବରଂଜନ ପଟ୍ଟନାୟକ ଏବଂ ଦେବବ୍ରତ ଦାସ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ସୁଜିତ ପାତ୍ର, ପଞ୍ଚାନନ ବଳ ଏବଂ ରଶ୍ମିତା ମହାନ୍ତି ରେଫରି ରହିଥିଲେ।
ଶ୍ରୀକୃଷ୍ଣ ବିଶ୍ବାଳ ସ୍ମାରକୀ ଫୁଟ୍ଭଲି: କଟକ ମହିଳା ବିଜେତା
/sambad/media/post_attachments/wp-content/uploads/2018/12/Untitled-3-25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)