ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ୍ରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ର ନବମ ଦିନରେ ଭାରତର ସ୍ୱର୍ଣ୍ଣ ପଦକ ଅଭିଯାନ ବଳବତ୍ତର ରହିଛି। ପୁରୁଷ ପ୍ରିଷ୍ଟାଇଲ୍ ୬୫ କିଲୋ ବର୍ଗ କୁସ୍ତିର ଅନ୍ତିମ ରାଉଣ୍ଡରେ ବିଜୟୀ ହୋଇ ବଜରଙ୍ଗ ପୁନିଆ ଦେଶ ପାଇଁ ୧୭ତମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ମହିଳା ୫୭ କିଲୋ ଫ୍ରିଷ୍ଟାଇଲ୍ ବର୍ଗରେ ପୂଜା ଧନଦା ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି।
/sambad/media/post_attachments/wp-content/uploads/2018/04/hqdefault-300x225.jpg)
ଭାରତ ପାଇଁ ୧୭ତମ ସ୍ୱର୍ଣ୍ଣ ପଦକ ଅାଣିଥିବା ୨୪ ବର୍ଷିଆ ପୁନିଆ ଅନ୍ତିମ ରାଉଣ୍ଡ୍ରେ େଓ୍ଵଲର୍ କେନ ଚାରିଗଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଦୁଇ ମିନିଟ୍ ମଧ୍ୟରେ ପୁନିଆ ୧୦-୦ରେ ଏହି ବିଜୟ ଲାଭ କରିଛନ୍ତି। ସେହିପରି ରୌପ୍ୟ ପଦକ ବିଜୟିନୀ ପୂଜା ଅନ୍ତିମ ରାଉଣ୍ଡ୍ ତାଙ୍କର ପ୍ରତିଦ୍ୱନ୍ଦୀ ଆଡିକ୍ୟୁୟୋରୋୟଙ୍କ ସହ ଖେଳି ପରାଜିତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ବଜରଙ୍ଗ ପୁନିଆ ଚାରିବର୍ଷ ପୂର୍ବେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୧କିଲୋ ରୌପ୍ୟ ପଦକ ଜିତିଥିଲେ। ସେ ଗତବର୍ଷ ନୂଆଦିଲ୍ଲୀରେ ହେଉଥିବା ଏସିୟାନ୍ ରେସ୍ଲିଂ ଚାମ୍ପିୟନସିପ୍ରେ ଭାରତ ପାଇଁ ସର୍ବୋଚ୍ଚ ସମ୍ମାନ ସ୍ୱର୍ଣ୍ଣ ପଦକ ଜିଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/333-7.jpg)