୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଶ୍ରେୟସୀ ସିଂହଙ୍କୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ବୁଧବାର ଦିନ ମହିଳା ଡବଲ୍‌ ଟ୍ରାପ୍‌ ସୁଟିଙ୍ଗ୍‌ର ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର ଶ୍ରେୟସୀ ସିଂହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ସଫଳ ପ୍ରଦର୍ଶନ ଆଜି ଭାରତକୁ ଦୁଇଟି ପଦକ ଦେଇଛି। ଆଜି ପୂର୍ବରୁ ୫୦ ମିଟର ପୁରୁଷ ପିସ୍ତଲ୍‌ ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର ଓଁ ମିତର୍‌ଓ୍ଵାଲ୍‌ କାଂସ୍ୟ ପଦକଟିଏ ହାସଲ କରିଥିଲେ।

ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୨୩ରେ ପହଞ୍ଚିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୩ ବର୍ଷୀୟ ବର୍ଷା ବର୍ମନ ନାମ୍ନୀ ଆଉ ଜଣେ ଭାରତୀୟା ମାତ୍ର ଗୋଟିଏ ସଟ୍‌ କମ୍‌ ଯୋଗୁଁ କାଂସ୍ୟ ପଦକ ପାଇବାରୁ ବଞ୍ଚିତା ହେଲେ। ତାଙ୍କୁ ଟପିଗଲେ ସ୍କଟ୍‌ ଲାଣ୍ଡ୍‌ର ଲିଣ୍ଡା ପିଅର୍‌ର୍ସନ।

ଗୋଲ୍‌ଡ୍‌ କୋଷ୍ଟ୍‍ସ୍ଥିତ ବେଲ୍‌ମାଉଣ୍ଟ୍‌ ସୁଟିଙ୍ଗ୍‌ ସେଣ୍ଟର୍‌ରେ ଶ୍ରେୟସୀ ୧୦ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟପି ଏହି ପଦକ ପାଇଛନ୍ତି। ଦୁଇ ରାଉଣ୍ଡ୍‌ ପରେ ଶ୍ରେୟସୀ ୪୯ ପଏଣ୍ଟ୍‌ ପାଇ ପିୟର୍‌ସନ୍‌ଙ୍କ ସମକକ୍ଷ ହୋଇ ପରିଥିଲେ। ଶେଷ ପର୍ଯ୍ୟାୟରେ ସେ ଉତ୍ତମ ବନ୍ଧୁକ ଚାଳନା କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସ ରାଜ କଲେଜରେ ସ୍ନାତକ କରିଥିବା ଶ୍ରେୟସୀ ଗତବର୍ଷ ଦିଲ୍ଲୀରେ ଅନୁଷ୍ଠିତ ୬୧ତମ ଜାତୀୟ ସୁଟିଙ୍ଗ୍‌ ଚାମ୍ପିଅନ୍‌ସିପ୍‌ରେ ଦୁଇଟି ପଦକ ଜିଣିଥିଲେ।

ସମ୍ବନ୍ଧିତ ଖବର