ନୂଆଦିଲ୍ଲୀ: ସୁଟର ହୀନା ସିଦ୍ଧୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦ୍ୱିତୀୟ ପଦକ ହାସଲ କରିଛନ୍ତି। ୨୮ ବର୍ଷୀୟା ହୀନା ସିଦ୍ଧୁ୨୫ ମିଟର ରାପିଡ୍ ପିସ୍ତଲ ବର୍ଗର ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ସୂଚନାଯୋଗ୍ୟ ଯେ ହୀନା ସିଦ୍ଧୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟକ୍ତିଗତ ଇଭେଣ୍ଟରେ ଆଜି ଜୀବନର ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଗତ ରବିବାର ଦିନ ହୀନା ସିଦ୍ଧୁ ସୁଟିଂ ବିଭାଗରେ ରୋପ୍ୟ ପଦକ ଜିତିଥିଲେ। ସିଦ୍ଧୁଙ୍କ ଏହି ସଫଳତା ସହିତ କେବଳ ସୁଟିଂରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ୮ଟି ପଦକ ପାଇବାରେ ସଫଳ ହୋଇଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସୁଟର ହୀନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣପଦକ
/sambad/media/post_attachments/wp-content/uploads/2018/04/Heena-Sidhu_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)