ବର୍ମିଂହାମ: କୁସ୍ତିରେ ପୁଣି ଭାରତକୁ ୨ କାଂସ୍ୟ ପଦକ ମିଳିଛି। ମହିଳା ୬୮ କେଜି ବର୍ଗରେ ଟଙ୍ଗାର ଟାଇଗର ଲିଲି କୁକେର ଲେମାଲିଙ୍କୁ ହରାଇ ଦିବ୍ୟା କାକରନ କାଂସ୍ୟ ପଦକ ଜିତିଛନ୍ତି। ସେ ୨-୦ ପଏଣ୍ଟରେ ଟାଇଗରଙ୍କୁ ହରାଇ ଦେଇଥିଲେ। କେବଳ ୨୬ ସେକେଣ୍ଡରେ ସେ ଏହି ପଦକ ହାସଲ କରିଥିଲେ।
ସେହିପରି ପୁରୁଷ ବର୍ଗରେ ମୋହିତ ଗ୍ରେୱାଲ ଜାମାଇକାର ଏରାଁନ ଜାନସନଙ୍କୁ ୫-୦ ପଏଣ୍ଟରେ ପରାସ୍ତ କରି ଏହି ପଦକ ହାସଲ କରିଛନ୍ତି। ସେ ୧୨୫ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ଏହି ୨ ବ୍ରୋଞ୍ଜ ପଦକ ଆସିବା ପରେ ଭାରତ ପଦକ ସଂଖ୍ୟା ୨୭ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/8-4.jpg)