ସାଇକ୍ଲିଷ୍ଟ କେଲି କାଟଲିନଙ୍କ ଆତ୍ମହତ୍ୟା

ନ୍ୟୁୟର୍କ: ୩ ଥର ବିଶ୍ବ ବିଜୟିନୀ ତଥା ରିଓ ଅଲିମ୍ପିକ୍ସ ଦଳଗତ ପର୍ସୁଟ ରୌପ୍ୟ ପଦକ ହାସଲକାରୀ ଆମେରିକୀୟ ମହିଳା ସାଇକ୍ଲିଷ୍ଟ କେଲି କାଟଲିନ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଫଳରେ ଆମେରିକା ସହ ସମଗ୍ର ବିଶ୍ବର କ୍ରୀଡ଼ା ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଆତ୍ମହତ୍ୟାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଷ୍ଟାନଫୋର୍ଡ ବିଶ୍ବ ବିଦ୍ୟାଳୟରେ ଇଞ୍ଜିନିୟରିଂ କରୁଥିବା କେଲିଙ୍କ ଶବକୁ ତାଙ୍କ ସହପାଠୀମାନେ ଗୁରୁବାର ରାତିରେ ତାଙ୍କ ଛାତ୍ରାବାସ କୋଠରୀରୁ ଉଦ୍ଧାର କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ନିଜ ପିତାଙ୍କ ପାଖକୁ ଇମେଲ ପଠାଇଥିଲେ ମଧ୍ୟ ଏହି ବିଷୟରେ କୌଣସି ସୂଚନା ଦେଇ ନଥିଲେ। ସ୍ଥାନୀୟ ପୁଲିସ ମାମଲା ଦାୟର କରି ତଦନ୍ତ ଚଳାଇଛି। ୨୩ ବର୍ଷୀୟା କେଲି ୨୦୧୬, ୨୦୧୭ ଓ ୨୦୧୮ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିବା ଆମରିକା ପର୍ସୁଟ୍ ଦଳର ସଦସ୍ୟ ଥିଲେ। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଆମେରିକା ଦଳରେ ମଧ୍ୟ ସେ ଥିଲେ।

ସମ୍ବନ୍ଧିତ ଖବର