ଟି-୨୦ ବିଶ୍ବକପ୍ : ଅଷ୍ଟ୍ରେଲିଆ ଆଗରେ ୧୫୫ରନର ବିଜୟ ଲକ୍ଷ୍ୟ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୪ରନ କରିଥିଲା । ଶ୍ରୀଲଙ୍କା ପକ୍ଷରୁ କୁଶଲ ପରେରା ଓ ଚରିତ ଅସଲଙ୍କା ୩୫ ରନ ଲେଖାଏଁ କରିଥିଲେ । ସେହିପରି ଭାନୁକା ରାଜପକ୍ଷ ଅପରାଜିତ ୩୩ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଆଡାମୁ ଜାମ୍ପା ଓ ପାଟ କମିନ୍ସ ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ଉଭୟ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ନିଜ ନିଜର ପ୍ରଥମ ମ୍ୟାଚ ଜିତିଛନ୍ତି ଓ ୨ ପଏଣ୍ଟ ଲେଖାଏଁ ପାଇଛନ୍ତି । । ଉଭୟ ଦଳ ୨ ପଏଣ୍ଟ ଲେଖାଏଁ ପାଇଥିଲେ ବି ନେଟ୍ ରନରେଟ ଭିତ୍ତିରେ ଶ୍ରୀଲଙ୍କା ଗ୍ରୁପ-୧ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ଓ ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ ଓ୍ବିକେଟରେ ପରାସ୍ତ କରିଥିଲା । ସେହିପରି  ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୫ ଓ୍ବିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର