ଲଣ୍ଡନ୍: ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିବା ଦକ୍ଷିଣ ଆଫ୍ରିକା ତାରକା ଏବି ଡି’ଭିଲିୟର୍ସ ଚଳିତ ବିଶ୍ବକପ୍ରେ ଖେଳିବାକୁ ଇଚ୍ଛୁକ ଥିଲେ। ଆଇପିଏଲ୍ ସମୟରେ ସେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବାକୁ ଇଚ୍ଛୁକ ବୋଲି ଦଳୀୟ ସାଥୀ ତଥା ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ଙ୍କୁ ଫୋନ୍ କରି ଅନୁରୋଧ କରିଥିଲେ। ସେ ଅନୁରୋଧ କରିବା ବେଳକୁ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ଦଳ ଘୋଷିତ ହେବା ଲାଗି ସବୁ ପ୍ରସ୍ତୁତି ସରିଯାଇଥିଲା। ଫଳରେ ତାଙ୍କୁ ଆଉ ସୁଯୋଗ ମିଳିନଥିଲା ବୋଲି କହିଛନ୍ତି ଡୁ’ପ୍ଲେସିସ୍। ଦଳ ଘୋଷଣା ହେବା ପୂର୍ବ ରାତିରେ ଡି’ ଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବା ନେଇ ମୋତେ ଫୋନ୍ କରିଥିଲେ। କଥାବାର୍ତା ବେଳେ ମୁଁ ତାଙ୍କୁ କହିଥିଲି, ବହୁତ ଡେରି ହୋଇଗଲାଣି, ତଥାପି କାଲି ସକାଳେ ପ୍ରଶିକ୍ଷକ ଓ ଚୟନକର୍ତାଙ୍କ ସହ କଥାହେବି। ମୁଁ ପ୍ରଶିକ୍ଷକ ଓ ଚୟନକର୍ତାଙ୍କ ସହ କଥା ହେଲି। ସେମାନେ କହିଲେ, ବହୁତ ଡେରି ହୋଇଗଲାଣି, ୯୯.୯୯ ପ୍ରତିଶତ ଦଳ ବଦଳାଇବା ସମୟ ଗଡ଼ିଗଲାଣି ଆଉ କିଛି ହୋଇପାରିବନି ବୋଲି ଏକ ସାକ୍ଷାତକାରରେ ଡୁ’ପ୍ଲେସିସ୍ ପ୍ରକାଶ କରିଛନ୍ତି। ଡି’ଭିଲିୟର୍ସଙ୍କ ଅନୁପସ୍ଥିତରେ ଦକ୍ଷିଣ ଆଫ୍ରିକା ଏ ପର୍ଯ୍ୟନ୍ତ ୩ ମ୍ୟାଚ୍ ହାରି ସାରିଲାଣି। ସୋମବାର ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ପଏଣ୍ଟ୍ ଖାତା ଖୋଲିବାକୁ ସକ୍ଷମ ହୋଇଥିଲା।
ବିଶ୍ବକପ୍ ଖେଳିବାକୁ ଡି’ଭିଲିୟର୍ସଙ୍କ ଇଚ୍ଛା ଥିଲା: ଡୁପ୍ଲେସିସ୍
/sambad/media/post_attachments/wp-content/uploads/2019/06/ab-de-villiers_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)