ଲଣ୍ଡନ: ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ର ବଡ଼ ଲଢେଇ ପୂର୍ବରୁ ଦକ୍ଷିଣଆଫ୍ରିକାକୁ ଲାଗିଛି ଝଟକା । କାନ୍ଧରେ ଆଘାତ ଲାଗିଥିବା କାରଣରୁ ବିଶ୍ୱକପରୁ ବାଦ ପଡିଛନ୍ତି ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବୋଲର ଡେଲ୍ ଷ୍ଟେନ୍ । ଆସନ୍ତାକାଲି ଟିମ୍ ଇଣ୍ଡିଆକୁ ଭେଟିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ଲାଗି ଏହା ଏକ ବଡ଼ ଝଟକା । ଡେଲଙ୍କ ଅନୁପସ୍ଥିତି ଦଳର ବୋଲିଂ ଲାଇନକୁ ଦୁର୍ବଳ କରିବା ଆଶଙ୍କା ରହିଛି। ତେବେ ତାଙ୍କ ବଦଳରେ ବାମହାତୀ ବୋଲର ବେଉରାନଙ୍କୁ ଦଳରେ ସାମିଲ୍ କରାଯାଇଛି।
BREAKING: Dale Steyn is out of #CWC19 after suffering a second shoulder injury which has not responded to treatment. Left-arm fast bowler @Beuran_H13 joins the squad ahead of tomorrow's crucial clash against India in Southampton.
More ? https://t.co/5nkzT2mgHq pic.twitter.com/W3eaiEJpvu
— Cricket World Cup (@cricketworldcup) June 4, 2019
ବିଶ୍ୱକପରୁ ଡେଲ୍ ଷ୍ଟେନ୍ ବାଦ ପଡିବା ନେଇ ଆଇସିସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଦଳର ସମସ୍ୟା ବଢ଼ିବାରେ ଲାଗିଛି । ଫାଫ୍ ଡୁପ୍ଳେସିସଙ୍କ ନେତୃତ୍ୱରେ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ ପରାଜୟ ପରେ ଏବେ ଦଳର ଦୁଇ ଅଭିଜ୍ଞ ବୋଲର ନ ଖେଳିବା ଦଳକୁ ଚିନ୍ତାରେ ପକାଇଛି । ସୂଚନା ଅନୁଯାୟୀ, ବାଂଲାଦେଶ ବିପକ୍ଷ ମ୍ୟାଚରେ ଦଳର ଯୁବ ଦ୍ରୁତ ବୋଲର ଲୁଙ୍ଗି ଏନଗିଡ଼ି ଆହତ ହୋଇଥିବା ଜଣାପଡିଛି । ଯେଉଁଥିପାଇଁ ସେ ଭାରତ ବିପକ୍ଷ ମ୍ୟାଚ ଖେଳିବେନାହିଁ ।