ଡଲାସ ଚାଲେଞ୍ଜର୍ସ ସେମିରେ ପେସ୍‌

ଡଲାସ: ଭାରତୀୟ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ଏବଂ ତାଙ୍କ ଆମେରିକୀୟ ସାଥୀ ଜୋ ସେଲସବୁରୀ ୧୨୫୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ଡଲାସ ଚାଲେଞ୍ଜର୍ସ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଯୁଗଳ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଭାରତ-ଆମେରିକା ଯୋଡ଼ି ଶୁକ୍ରବାର କ୍ୱାର୍ଟର ଫାଇନାଲରେ ରୁବେନ ଗୋଞ୍ଜାଲେସ୍‌ ଏବଂ ହଣ୍ଟର ରିଜ୍‌ଙ୍କୁ ୬-୩, ୨-୬, ୧୭-୧୫ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ୍‌ ପାଖା ପାଖି ୯୧ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ସେମିଫାଇନାଲରେ ପେସ୍‌-ସେଲସବୁରୀ ଆମେରିକାର ଅଷ୍ଟିନ କ୍ରାଇଜାକ ଏବଂ ଜ୍ୟାକସନ୍‌ ଓ୍ଵିଥ୍ରୋଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର