ଦାଣ୍ଡିମାଳ କ୍ରିକେଟ୍‌: ବରମୁଣ୍ଡା ବିଜେତା

ଭୁବନେଶ୍ୱର: ବରମୁଣ୍ଡା କ୍ରିକେଟ୍‌ କ୍ଲବ୍‌ ଦାଣ୍ଡିମାଳ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଦାଣ୍ଡିମାଳ ସେବକ ସଂଘ ଆନୁକୂଲ୍ୟରେ ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ ପଡ଼ିଆରେ ଖେଳାଯାଇଥିବା ରବିବାର ଫାଇନାଲ୍‌ରେ ବରମୁଣ୍ଡା ୬ ରନ୍‌ରେ ପଟିଆର ମା’ମଙ୍ଗଳା କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ପୁରସ୍କାର ପ୍ରଦାନ କରିଥିଲେ। ଇଶ୍ୱର ଚନ୍ଦ୍ର ନାୟକ, ସନ୍ତୋଷ କୁମାର ମହାନ୍ତି, ଛବିନ୍ଦ୍ର ନାୟକ ଅତିଥି ଭାବେ ଉପସ୍ଥିତ ଥିଲେ। ତ୍ରିନାଥ ନାୟକ ଏବଂ ଅମର ନାୟକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର