ଚଣ୍ଡିଗଡ଼: କୁସ୍ତି ଯୋଦ୍ଧା ମହାବୀର ସିଂହ ଫୋଗଟ୍ ଓ କୁସ୍ତି ଯୁଦ୍ଧ କରି ବହୁ ପଦକ ଜିଣିଥିବା ତାଙ୍କ ଝିଅ ବବିତା ଫୋଗଟ୍ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। ହରିଆଣା ବିଧାନସଭା ନିର୍ବାଚନର ମାତ୍ର ୨ ମାସ ପୂର୍ବରୁ ଏପରି ଘଟିଥିବା ଜାଣିବାକୁ ମିଳିଛି।
ତେବେ ସେମାନେ କାହିଁକି ଏପରି ଅଚାନକ ଭାବେ ବିଜେପିରେ ଯୋଗ ଦେଲେ ବୋଲି ପଚରା ଯିବାରୁ ମହାବୀର ସିଂହ ଫୋଗଟ୍ କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ଚଳାଇବା ଶୈଳୀ ଓ ନେଉଥିବା ପଦକ୍ଷେପରେ ଆକୃଷ୍ଟ ହୋଇ ବିଜେପିରେ ଯୋଗ ଦେବା କଥା ଚିନ୍ତା କରିଛୁ।’
/sambad/media/post_attachments/wp-content/uploads/2019/08/Babita-Phogat2850-620x400-300x194.jpg)
ନିକଟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଂଗରେ ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ସେ ଖୁବ୍ ପ୍ରଶଂସା କରିଛନ୍ତି। ଧାରା ୩୭୦ ଉଚ୍ଛେଦ ପରି ମୋଦୀ ସରକାର ନେଉଥିବା ଐତିହାସିକ ନିଷ୍ପତ୍ତିଗୁଡ଼ିକ ମୋ ଭଳି ଅନେକ ଲୋକଙ୍କୁ ପ୍ରଭାବିତ କରୁଥିବ ବୋଲି ମହାବୀର ସିଂହ ଫୋଗଟ୍ ନିଜର ମତ ରଖି କହିଛନ୍ତି।