ଶ୍ରୀଲଙ୍କା ବ୍ୟାଟର ପୁଣି ଅଡୁଆରେ ପଡ଼ିଲେ, ଦୁଷ୍କର୍ମ ସମୟରେ ମହିଳାଙ୍କ ଗଳା ଚିପିଥିବା ନେଇ ରିପୋର୍ଟରୁ ଜଣାପଡ଼ିଛି

ସିଡ୍‌ନି: ‌‌ଯୌନ‌ ନିର୍ଯାତନା ଅଭିଯୋଗରେ ରବିବାର ସିଡ୍‌ନିରେ ଗିରଫ ହୋଇଥିବା ଶ୍ରୀଲଙ୍କା ବ୍ୟାଟର୍‌ ଦନୁଷ୍କା ଗୁଣତିଳକଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଛି। ପୂର୍ବ ସିଡନିରେ ଜଣେ ମହିଳାଙ୍କୁ ଦନୁଷ୍କା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ରୋସ୍‌ ବେରେ ଥିବା ଏକ ଘରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ତେବେ ନିକଟରେ ଆଉ ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟରେ କୁହାଯାଉଛି କି ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସମୟରେ ତାଙ୍କ ଗଳା ଚିପି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯେଉଁ କାରଣରୁ ମହିଳାଙ୍କୁ ବ୍ରେନ୍ ସ୍କାନ କରିବାକୁ ପଡ଼ିଥିଲା।

ପୁଲିସର ରିପୋର୍ଟ ଅନୁଯାୟୀ, ଅନଲାଇନ ଡେଟିଂ ଅପ୍‌ରେ ମହିଳା ଜଣଙ୍କ ଦନୁଷ୍କାଙ୍କୁ ଡେଟିଂ କରି ତାଙ୍କୁ ଭେଟିଥିଲେ। ନଭେମ୍ବର ୨ ତାରିଖ ବୁଧବାର ସନ୍ଧ୍ୟାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଟି -୨୦ ବିଶ୍ୱକପ ୨୦୨୨ ସମୟରେ ସିଡନିରେ ଥିବା ହୋଟେଲରୁ ଦନୁଷ୍କାଙ୍କୁ ଗିରଫ କରିଥିଲା ଟିମ ।

ଏହି ମାମାଲାରେ ସୋମବାର ସିଡନିର ଏକ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲା ବେଳେ ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଲସି) ତାଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ନିଲମ୍ବନ କରିଛି।

ଦନୁଷ୍କା ଗୁଣତିଳକଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ନିଲମ୍ବନ କରିବା ସହ ତାଙ୍କ ନାମକୁ କୌଣସି ଚୟନ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟର କାର୍ଯ୍ୟକାରିଣୀ ସମିତି ନିଷ୍ପତ୍ତି ନେଇଛି ବୋଲି ଏସ୍ଏଲସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର