ଝିଅ ‘ଜିଭା’ ମୋତେ ଜଣେ ବ୍ୟକ୍ତି ଭାବରେ ବଦଳାଇ ଦେଇଛି: ମହେନ୍ଦ୍ର ସିଂହ ଧୋନି

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି, ଝିଅ ଜିଭା ମୋତେ ଜଣେ ବ୍ୟକ୍ତି ଭାବରେ ବଦଳାଇ ଦେଇଛି। ଷ୍ଟାର ସ୍ପୋର୍ଟସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧୋନିଙ୍କୁ ପଚରାଯାଇଥିଲା ଯେ, ପିତୃତ୍ୱ ଲାଭ କରିବା ପରେ ଜୀବନ କେମିତି ଚାଲିଛି। ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଇପିଏଲ ୨୦୧୮ରେ ଚମ୍ପିଅନ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ଧୋନି ଏହା କହିଛନ୍ତି। ସେ କହିଛନ୍ତି, ଜଣା ନାହିଁ ଯେ, ପିତା ହେବା ପରେ କ୍ରିକେଟର ଭାବରେ କେତେ ପରିବର୍ତ୍ତନ ହୋଇଛନ୍ତି, କିନ୍ତୁ ଝିଅ ଜିଭାର ଜନ୍ମ ହେବା ପରେ ଜଣେ ବ୍ୟକ୍ତି ଭାବରେ ବହୁତ ବଦଳି ଯାଇଛନ୍ତି। କାରଣ ଝିଅମାନେ ପିତାଙ୍କ ଅତି ନିକଟତର ହୋଇଥାନ୍ତି।

ଧୋନି କହିଛନ୍ତି, ମୁଁ ସେତେବେଳେ ସମସ୍ୟାରେ ପଡ଼ି ଯାଇଥିଲି, ଯେତେବେଳେ ‘ଜିଭା’ର ଜନ୍ମ ହୋଇଥିଲା। ସେହି ସମୟରେ(ତିନି ବର୍ଷ ପୂର୍ବରୁ) ମୁଁ ସେଠାରେ ନଥିଲି। ମୁଁ ଅଧିକ ସମୟ କ୍ରିକେଟ ଖେଳୁଥିଲି। ସେ ଯେତେବେଳେ ଦୁଷ୍ଟାମୀ କରୁଥିଲା ମୋର ନାମ ନେଇ ଡରା ଯାଉଥିଲା। ଜିଭା ଯେତେବେଳେ କିଛି ଖାଉ ନଥିଲା, ତାକୁ କୁହାଯାଉଥିଲା ଯେ, ପାପା ଆସୁଛନ୍ତି, ଖାଇ ଦିଅ। ସେ ଯେତେବେଳେ କିଛି ଦୁଷ୍ଟାମୀ କରୁଥିଲା, କୁହାଯାଉଥିଲା ପାପା ଆସିଯିବେ, ଏମିତି କର ନାହିଁ। ଏଥି ପାଇଁ ସେ ଏକ ପ୍ରକାରର ମୋତେ ଦେଖି ସଙ୍କୋଚ କରୁଥିଲା।

ଜିଭାଙ୍କୁ ଏଥର ଆଇପିଏଲ ୧୧ରେ ଅନେକ ଥର ଦେଖାଯାଇଥିଲା। ଅନେକ ମ୍ୟାଚରେ ସେ ଧୋନିଙ୍କ ସହିତ ପୁରସ୍କାର ସମାରୋହରେ ଭାଗ ନେଇଥିଲା। ଧୋନି କହିଛନ୍ତି, ମୁଁ ତା’ ସହିତ ବହୁତ ଭଲ ସମୟ ବିତାଇଛି। ସେ ପୂରା ଆଇପିଏଲ ବେଳେ ସେଠାରେ ଥିଲା ଓ ସବୁବେଳେ ପଡିଆ ଭିତରକୁୁ ଯିବା ପାଇଁ ଚାହୁଁଥିଲା। ଜିଭାଙ୍କ ସହିତ ଟିମ୍‌ରେ ଆହୁରି ଅନେକ ପିଲା ଥିଲେ।

ଅପରାହ୍ନରେ ମୁଁ ୧ଟା ୩୦, ୨ଟା ୩୦ ଅଥବା ୩ଟାରେ ଉଠେ। ଜିଭା ପ୍ରତିଦିନ ଠିକ ସମୟରେ ଉଠିଯାଇଥାଏ। ସେ ୮ଟା ୩୦ ଅଥବା ୯ଟାରେ ସକାଳ ଜଳଖିଆ ଖାଇଥାଏ। ଏହି ସମୟରେ ସେ ସମସ୍ତଙ୍କ ସହିତ ବ୍ୟସ୍ତ ରହିଥାଏ।

ଧୋନି କୌତୁକିଆ ଢଙ୍ଗରେ କହିଛନ୍ତି, ମୋତେ ଜଣା ନାହିଁ ଯେ, ସେ କ୍ରିକେଟକୁ କେତେ ବୁଝିଛି କିନ୍ତୁ ମୋତେ କେବେ ଗୋଟିଏ ଦିନ କ୍ରିକେଟ ମ୍ୟାଚ ପରେ ହେବାକୁ ଥିବା ପୁରସ୍କାର ସମାରୋହରେ ନେଇ ଯିବାକୁ ହେବ ଏବଂ ସେ ସବୁ ପ୍ରଶ୍ନର ଉତ୍ତର ଦେବ।

ସମ୍ବନ୍ଧିତ ଖବର