ଡିଏଭି ଜୋନାଲ୍‌ ବନ୍ଧୁକଚାଳନା: ଜାତୀୟ ପ୍ରତିଯୋଗିତାକୁ ୧୦ ମନୋନୀତ

ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ଠାରେ ଗୁରୁବାର ଓଡ଼ିଶା ରାଇଫଲ୍‌ ସଂଘ ତତ୍ତ୍ବାବଧାନରେ ଡିଏଭି ସ୍କୁଲ୍‌ ଜୋନାଲ ବନ୍ଧୁକଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆୟୋଜନ ୟୁନିଟ୍‌-୮ ଡିଏଭି ସ୍କୁଲ୍‌ର ଅଧ୍ୟକ୍ଷା ଇପ୍‌ସିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସ୍କୁଲ୍‌ର କ୍ରୀଡ଼ା ପ୍ରଶିକ୍ଷକ କେସି ଦାସ, ରାଇଫଲ୍‌ ସଂଘର ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ, ବଳଭଦ୍ର ଦାସ, ଆଶିଷ ନାୟକ, ଗୌରୀ ମହାନ୍ତି, ପାର୍ଥସାରଥୀ ଜେନା ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହି ଜୋନାଲ ପ୍ରତିଯୋଗିତାର ପଦକ ବିଜେତାଙ୍କ ସହିତ ଜାତୀୟ ପ୍ରତିଯୋଗିତାକୁ ୧୦ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ସେମାନେ ହେଲେ ୧୦ ମିଟର ଏୟାର ରାଇଫଲ୍‌ ପିପ୍‌ ସାଇଟ୍‌ରେ ଆୟୁଷ୍ମାନ ନାଏକ (ଡିଏଭି ଝାରସୁଗୁଡ଼ା), ତନିଷ୍କା ସାମନ୍ତ (ଡିଏଭି ଏମ୍‌ସିଏଲ୍‌, ତାଳଚେର), ମାନ୍ୟତା ସିଂହ (ଡିଏଭି ଚନ୍ଦ୍ରଶେରପୁର), ଅନ୍ବେଷା ଦାସ (ଡିଏଭି ଏମ୍‌ସିଏଲ୍‌, ଡେରା, ତାଳଚେର), ୧୦ ମିଟର ଏୟାର ରାଇଫଲ୍‌ ଓପନ୍‌ ସାଇଟ୍‌ରେ ପି ସାଇ ଲକ୍ଷ୍ମୀ (ଡିଏଭି ଏନ୍‌ଟିପିସି/ଟିଟିପିଏସ୍‌, ତାଳଚେର), ଡି ହର୍ଷିତା (ଡିଏଭି ୟୁନିଟ୍‌-୮), ୧୦ ମିଟର ଏୟାର ପିସ୍ତଲରେ ପ୍ରିୟରଞ୍ଜନ ମିଶ୍ର, ଅମିତ କୁମାର ହୋତା, ପ୍ରତୀପ ଦାସ (ସମେସ୍ତ ଡିଏଭି ଚନ୍ଦ୍ରଶେଖରପୁର), ଶ୍ରୁତି ପାତ୍ରୋ (ଡିଏଭି ସିଡିଏ)।

ସମ୍ବନ୍ଧିତ ଖବର