ଜୟପୁର: ଜଣେ ଚମତ୍କାର ଖେଳାଳି ସହ ନିଜ ଶବ୍ଦର ଯାଦୁଗରିରେ ଯେକୌଣସି ମ୍ୟାଚରେ ଜୀବନ ଭରିଦେଉଥିବା ଇ˚ଲଣ୍ତର ଡେଭିଡ୍ ଗାଵାର ଅବସର ନେଇସାରିଛନ୍ତି। ପାଖାପାଖି ୧୫ ବର୍ଷ ଧରି ସେ କ୍ରିକେଟ ଖେଳିବା ପରେ ଏହାଠୁ ଅଧିକ ସମୟ ପାଇଁ ଭାଷ୍ୟକାର ଭୂମିକାରେ ତାଙ୍କୁ ଦେଖାଯାଉଥିଲା। ପାଖାପାଖି ଚାରି ଦଶନ୍ଧି ଧରି ସେ ଖେଳର ଶୀର୍ଷସ୍ଥାନ ମଣ୍ତନ କରିଆସୁଥିଲା ବେଳେ ଏବେ ଘରକୁ ବାହୁଡ଼ିଛନ୍ତି। ତଥାପି ୧୧୭ଟି ଟେଷ୍ଟ ଖେଳିଥିବା ଡେଭିଡ୍ ଆଉ କିଛି ସୁଯୋଗ ଆଗକୁ ରହିଥିବା ଆଶା ରଖିଛନ୍ତି। ତାଙ୍କ ମତରେ, ୧୯୯୨ରେ ବ୍ୟାଟ୍ ଛାଡ଼ିବା ପରେ ବିବିସି ସହିତ ବ୍ରଡକାଷ୍ଟି˚ ଜୀବନ ଆରମ୍ଭ ହୋଇଥିଲା। ଏହାପରେ ୧୯୯୯ ବିଶ୍ବକପ୍ରୁ ସ୍କାଏ ସହିତ ଜଡ଼ିତ ହେବା ପରେ ଏହା ସହିତ ତାଙ୍କର ୨୦ ବର୍ଷର ସ˚ପର୍କ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯେତେବେଳେ ତୁମେ ଭାଷ୍ୟକାର ଦୁନିଆକୁ ଆସୁଛ, ସେତେବେଳେ ସବୁଠୁ ଅଧିକ ଭଲ ପାଉଥିବା ଖେଳ ସହିତ ପୁଣି ଜଡ଼ିତ ହେବାକୁ ସୁଯୋଗ ମିଳିବ। ଏହାଦ୍ବାରା ବନ୍ଧୁମାନଙ୍କ ସହ ପୁଣିଥରେ ଏକାଠି ହୋଇପାରିବ। ସ୍କାଏ କମେଣ୍ଟ୍ରି ବକ୍ସରେ ଏହି ଉଭୟ ଘଟଣାର ଅଭିଜ୍ଞତା ପାଇଥିବା ସେ କହିଛନ୍ତି। ତାଙ୍କ ଅନୁସାରେ, ଭାରତ ବର୍ତ୍ତମାନ କ୍ରିକେଟ କ୍ଷେତ୍ରରେ ସୁପରପାଵାର ଏବ˚ ବିଶ୍ବର ସବୁଠୁ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଲିଗ୍ ଆଇପିଏଲ୍ର ଆୟୋଜକ। ଗୋଟିଏ ପଟରେ ବିଶ୍ବର କ୍ରିକେଟରମାନେ କାଉଣ୍ଟି କ୍ରିକେଟ ଖେଳିବା ପାଇଁ ଇ˚ଲଣ୍ତ ଯାଉଥିଲା ବେଳେ ସୀମିତ ଓଭର ଫର୍ମାଟ ପାଇଁ ଭାରତ ଏବେ ସମସ୍ତଙ୍କ ପସନ୍ଦିତା ସ୍ଥାନ ପାଲଟିଯାଇଛି। ଯେତେବେଳେ ଅନେକ ମହାନ ଖେଳାଳି ଗୋଟିଏ ସ୍ଥାନରେ ଖେଳିଥାନ୍ତି ଓ ସେମାନଙ୍କୁ ଏକାଠି ଅତି ନିକଟରୁ ଦେଖିବାକୁ ସୁଯୋଗ ମିଳିଥାଏ, ସେତେବେଳେ ଭରପୂର ମନୋର˚ଜନ ହୋଇଥାଏ। ୨୦୧୯ ସ˚ସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ବିନୀ ଓ ରାଜସ୍ଥାନ ରୟାଲ୍ସର ଜୋସ୍ ବଟଲରଙ୍କ ମଧ୍ୟରେ ମଙ୍କଡି˚କୁ ନେଇ ଏଭଳି ଏକ ଘଟଣା ଘଟିଥିବା ଦେଖାଯାଇଥିଲା।
ଏହି ଘଟଣା ବେଳେ ଗାୱାର ଭାରତରେ ଥିଲେ। ସମସ୍ତ ଘଟଣା ଦେଖିବା ସହ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ମଧ୍ୟ ପରଖିଥିଲେ। ଯାହାକି ସେତେବେଳେ ଏକ ଝଡ଼ ସୃଷ୍ଟି କରିଥିଲା। ଯେହେତୁ ମୁଁ ଏହି ଘଟଣାକୁ ନିକଟରୁ ଦେଖିଛି, ଲୋକମାନେ ଏହା ଉପରେ ମୋର ମତାମତ ମଧ୍ୟ ଲୋଡ଼ିଥିଲେ। ଏବେ ଏହି ଭିଡିଓ ଦେଖିବା ପରେ ବଟଲର କ୍ରିଜ୍ ବାହାରକୁ ଚାଲିଯାଇଥିବାରୁ ଅଶ୍ବିନୀଙ୍କ ଆଉଟ ଆବେଦନ ନିୟମ ପରିଧିରେ ଥିଲା ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଜଣେ ବୋଲର ଭାବେ ଏଭଳି କରିବାରେ କିଛି ଅସୁବିଧା ନାହିଁ। ଯଦି ବ୍ୟାଟ୍ସମ୍ୟାନ ବାରମ୍ବାର ସମାନ ଭୁଲ୍ କରୁଥାଏ, ତାହେଲେ ମଙ୍କଡି˚ ଆଦୌ ଭୁଲ୍ ନୁହେଁ। କିନ୍ତୁ ମୋ ମତରେ ଯେକୌଣସି ବର୍ଗର କ୍ରିକେଟରଙ୍କ କ୍ଷେତ୍ରରେ ଏହି ଘଟଣା ହେଲେ ବି ପ୍ରଥମେ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ ଦିଆଯିବା ଭଲ ହେବ। ତଥାପି ଏହାପରେ ବି ବ୍ୟାଟ୍ସମ୍ୟାନ ଭୁଲ୍ କରୁଥିଲେ ତାଙ୍କୁ ଦ୍ବିତୀୟଥର ଚେତାବନୀ ଦେଲେ ଅଧିକ ଉତ୍ତମ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି।
ତେବେ ଅବସର ନେବା ପୂର୍ବରୁ ଇ˚ଲଣ୍ତ ଘରୋଇ ମାଟିରେ ବିଶ୍ବକପ୍ ଜିତିବା ଘଟଣାକୁ ମଧ୍ୟ ସେ ନିଜେ ଦେଖିବାକୁ ସୁଯୋଗ ପାଇଛନ୍ତି। ୧୯୮୩ ମସିହାରୁ ଏଥିପାଇଁ ପ୍ରୟାସ ଚାଲିଥିଲେ ବି ସଫଳ ହେଉନଥିଲା। ଡେଭିଡ୍ଙ୍କ ଦଳ ୧୯୮୩ରେ କପିଳ ଦେବଙ୍କ ଦଳ ସହିତ ମାଞ୍ଚେଷ୍ଟରରେ ଅନୁଷ୍ଠିତ ସେମି ଫାଇନାଲ୍ରେ ଖେଳିଥିଲା ବେଳେ ଘରୋଇ ଦଳ ପରାଜିତ ହୋଇଥିଲା। ପିଚ୍ରେ ବଲ୍ ଧିମା ରହୁଥିବାରୁ ଏହା ଭାରତକୁ ସୁହାଇଥିଲା। ଭାରତୀୟ ବୋଲରମାନେ ଏହାର ଫାଇଦା ନେବାରୁ ବ୍ୟାଟ୍ସମ୍ୟାନଙ୍କୁ ଖେଳିବାରେ ସମସ୍ୟା ହୋଇଥିଲା। ତେଣୁ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବାରୁ ଫାଇନାଲ୍ରେ ପହଞ୍ଚିଥିଲା ଓ େଵଷ୍ଟଇଣ୍ତିଜକୁ ହରାଇ ବିଶ୍ବବିଜେତା ହୋଇଥିଲା। ଏହି ବିଜୟ ହିଁ ଭାରତରେ କ୍ରିକେଟ ଭବିଷ୍ୟତର ରାସ୍ତା ଖୋଲିଥିଲା ଓ ଅନେକ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିଥିଲା ବୋଲି ଗାୱାର କହିଛନ୍ତି।