ଟି-୨୦ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କଲେ ଡେଭିଡ ଓ୍ଵାର୍ଣ୍ଣର

ଆଡିଲେଡ: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଡେଭିଡ ଓ୍ଵାର୍ଣ୍ଣର ନିଜ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀକ ଶତକ ରବିବାର ହାସଲ କରିଛନ୍ତି। ଓ୍ଵାର୍ଣ୍ଣର ୫୬ଟି ବଲ୍‌ ଖେଳି ଅପରାଜିତ ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଓପନ୍‌ର ୧୦ଟି ଚୌକା ଓ ୪ଟି ଛକା ସହାୟତାରେ ଏହି ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ୨୦ ଓଭରରେ ୨ଟି ଓ୍ଵିକେଟ ହରାଇ ୨୩୩ ରନ୍‌ କରିଥିଲା। ଟିମ୍‌ ପକ୍ଷରୁ ଆରୋନ ଫିଞ୍ଚ (୬୪ ରନ୍‌, ୩୬ ବଲ, ୮ ଚୌକା, ୬ ଛକା), ଗ୍ଲେନ ମେକସ୍‌େଓ୍ଵଲ୍‌ (୬୨ ରନ୍‌, ୨୮ ବଲ, ୭ ଚୌକା, ୩ ଛକା) ଓ ଅଷ୍ଟନ ଟର୍ଣ୍ଣନ ୧ ରନ୍‌ କରିଥିଲେ।

ଓ୍ଵାର୍ଣ୍ଣରଙ୍କୁ ଆଉଟ କରିବାରେ ଶ୍ରୀଲଙ୍କାର ବୋଲରମାନେ ବିଫଳ ହୋଇଥିଲେ। ସମସ୍ତ ୨୦ ଓଭଲ ପର୍ଯ୍ୟନ୍ତ ଖେଳିବା ପାଇଁ ଓ୍ଵାର୍ଣ୍ଣର ଥିଲେ। ଅନ୍ୟ ଦିନ ତୁଳନାରେ ଆଜି ଓ୍ଵାର୍ଣ୍ଣର ଏକ ଭିନ୍ନ ଚିନ୍ତାରେ କ୍ରିଜ୍‌ରେ ଛିଡ଼ା ହୋଇଥିଲେ। ଶ୍ରୀଲଙ୍କାର ଲଖନ ସନ୍ଦକାନ ଓ ଦାସୁନ ଶନକା ୧-୧ ଓ୍ଵିକେଟ୍‌ ନେଇଥିଲେ। ଦ୍ୱିତୀୟ ଇନିଂସରେ ୨୩୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ୯ଟି ଓ୍ଵିକେଟ୍‌ ହରାଇ ୯୯ ରନ୍‌ ହାସଲ କରିଥିଲା।

ସମ୍ବନ୍ଧିତ ଖବର