ଜନ୍ମ ଦିନରେ ୫୬ ବଲରେ ଶତକ ମାରିଲେ ଅଷ୍ଟ୍ରେଲିଆର ଡେଭିଡ ଓ୍ଵାର୍ଣ୍ଣର , ଶ୍ରୀଲଙ୍କା ଆଗରେ ୨୩୪ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ ଓଭାଲ : ଅଷ୍ଟ୍ରେଲିଆର ଆଡିଲେଡ ଓଭାଲଠାରେ ଚାଲିଥିବା ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୨୩୪ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଛି କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ଇନିଂସର ମୁଖ୍ୟାଂଶ ଥିଲା ଓପନର ଡେଭିଡ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ । ନିଜର ଜନ୍ମ ଦିନରେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୬ ବଲରେ ଏକ ସ୍ମରଣୀୟ ଶତକ ହାସଲ କରିଛନ୍ତି । ସେହିପରି ଅନ୍ୟତମ ଓପନର ଆରନ ଫିଞ୍ଚ୍‌ ମାତ୍ର ୩୬ ବଲରେ ୬୪ ଓ ୩ ନମ୍ବର ସ୍ଥାନରେ ଆସିଥିବା ଗ୍ଲେନ ମାକ୍ସେଓ୍ଵଲ ୨୮ ବଲରେ ୬୨ ରନ ସଂଗ୍ରହ କରିଛନ୍ତି । ନିର୍ଦ୍ଧାରିତ ୨୦ ଓଭରରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା ।

ଶ୍ରୀଲଙ୍କା ପକ୍ଷରୁ ଦାସୁନ ସନକ ଓ ଲସନ ସଣ୍ଡକନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ତେବେ ଅନ୍ୟ ବୋଲରମାନେ ନିରାଶ କରିଥିଲେ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଶ୍ରୀଲଙ୍କା ସେଠାରେ ୩ଟି ଟି୨୦ ମ୍ୟାଚ ଖେଳିବ ।

ସମ୍ବନ୍ଧିତ ଖବର