ସୁଯୋଗ ମିଳିଲେ ଲାରାଙ୍କ କୀର୍ତ୍ତିମାନ ଭାଙ୍ଗିବି: ଓ୍ଵାର୍ନର

ଆଡିଲେଡ୍ : ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ଵାର୍ନର ୱେଷ୍ଟଇଣ୍ଡିଜର ବ୍ୟାଟିଂ କିମ୍ବଦନ୍ତୀ ବ୍ରାଏନ୍ ଲାରାଙ୍କ ୪୦୦* ଟେଷ୍ଟ୍‌ ରନ୍‌ର କୀର୍ତ୍ତିମାନକୁ ଅତିକ୍ରମ କରିବା ପାଇଁ ଆଶାବାଦୀ ଅଛନ୍ତି। ସେ କହିଛନ୍ତି, ତାଙ୍କୁ ଆଉ ଏକ ସୁଯୋଗ ମିଳିଲେ ସେ ଟେଷ୍ଟ୍‌ର ଗୋଟିଏ ପାଳିରେ ଲାରାଙ୍କ ବ୍ୟକ୍ତିଗତ (୪୦୦ ରନ୍) କୀର୍ତ୍ତିମାନ କାଟିବେ। ଆଡିଲେଡରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ର ପ୍ରଥମ ପାଳିରେ ଵାର୍ନର ୩୩୫ ରନ୍ କରି ଅପରାଜିତ ଥିଲେ। ଅଧିନାୟକ ଟିମ୍ ପେନ୍ ପାଳି ଘୋଷଣା କରିଦେବାରୁ ସେ ଲାରାଙ୍କ କୀର୍ତ୍ତିମାନ ଅତିକ୍ରମ କରିବାର ସୁଯୋଗ ହାତଛଡ଼ା ହୋଇଥିଲା। ପରେ ଆଡିଲେଡ୍‌ରେ ଲାରାଙ୍କ ସହ ସାକ୍ଷାତ କରିବା ପରେ ୱାର୍ନର ଏହାକୁ ନିଜ ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ଛାଡ଼ିଥିଲେ। ଏଥି ସହ ତାଙ୍କ ବିଶ୍ବ କୀର୍ତ୍ତିମାନକୁ ଅତିକ୍ରମ କରିବା ନେଇ ଵାର୍ନର ଆଗାମୀ ସୁଯୋଗ ଅପେକ୍ଷାରେ ରହିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର