ବଲ୍‌ ଟାମ୍ପରିଂର ମାଷ୍ଟର୍‌ ମାଇଣ୍ଡ୍‌ ଥିଲେ ଡେଭିଡ୍‌ ଓ୍ଵାର୍ଣ୍ଣର୍‌ ; ଜାଣନ୍ତୁ କେମିତି ହୋଇଥିଲା ଟାମ୍ପରିଂ

ସିଡ୍‍ନି: ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ବଲ୍‌ ଟାମ୍ପରିଂ ସମଗ୍ର ବିଶ୍ୱକୁ ସ୍ତମ୍ଭୀଭୂତ କରିଦେଇଥିଲା। ବିଶେଷ କରି କ୍ରିକେଟ୍‌ ପ୍ରେମୀଙ୍କୁ ଏହା ମର୍ମାହତ କରିଥିଲା।ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଅଷ୍ଟ୍ରେଲୀୟ ଟିମ୍‌ର ତିନି ଖେଳାଳି ଡ଼େଭିଡ଼୍‍ ଓ୍ଵାର୍ଣ୍ଣର୍‌,ଷ୍ଟିଭ୍‌ ସ୍ମିଥ୍‌ ଏବଂ କାମେରନ୍‌ ବାନ୍‌ କ୍ରଫ୍ଟ ଏହି କଳା କାରାନାମା ଲାଗି ଦଣ୍ଡିତ ହୋଇଛନ୍ତି। ସେମାନଙ୍କୁ ଦଳରୁ ବାସନ୍ଦ କରିବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇଛି। ଏହି ତଦନ୍ତ ବଲ୍‌ ଟାମ୍ପରିଂ ରିପୋର୍ଟ ଘଟଣାକ୍ରମକୁ ସ୍ପଷ୍ଟ କରିଛି । କେଉଁ ପରିସ୍ଥିତିରେ କିଭଳି ଶୈଳୀରେ ଅଷ୍ଟ୍ରେଲୀୟ ଖେଳାଳି ବଲ୍‌ ଟାମ୍ପରିଂ କରିଥିଲେ ତାହା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ବଲ ଟାମ୍ପରିଂର ଯୋଜନା ପ୍ରଥମେ ଡ଼େଭିଡ଼୍‍ ଓ୍ଵାର୍ଣ୍ଣର୍‌ଙ୍କ ମୁଣ୍ଡରେ ଢ଼ୁକିଥିଲା। ଦକ୍ଷିଣ ଆଫ୍ରିକା ସହିତ ତୃତୀୟ ଟେଷ୍ଟ ଚାଲିଥିବାବେଳେ ବଲ ଟାମ୍ପରିଂ କରି ରିଭର୍ସ ସୁଇଂର ଯୋଜନା କରିଥିଲେ ସେ। ଯଦିଓ ଦଳର ଅଧିନାୟକ ସ୍ମିଥ୍‌ ଏହା ଜାଣିଲେ ,କିନ୍ତୁ ସେ ଓ୍ଵାର୍ଣ୍ଣର୍‌ଙ୍କୁ ନିରୁତ୍ସାହିତ କରିବା ପରିବର୍ତ୍ତେ ମୌନ ସମ୍ମତି ଜଣାଇଥିଲେ।

thenewsminute.com

ଅଧିନାୟକଙ୍କ ସମ୍ମତି ଥିବା ଅନୁଭବ କରିବା ପରେ ଦଳର ଉପ-ଅଧିନାୟକ ଓ୍ଵାର୍ଣ୍ଣର୍‌ ଚୋରାରେ ସ୍ୟାଣ୍ଡ୍‌ ପେପର ନେଇ ବଲକୁ ବିକୃତ କରିବାକୁ ଖେଳାଳି ବାନ୍‌ କ୍ରଫ୍ଟ ଙ୍କୁ ନିର୍ଦ୍ଦେଶ ଦେଲେ। ସେ ଓ୍ଵାର୍ଣ୍ଣର୍‌ଙ୍କ ନିର୍ଦ୍ଦେଶ ମାନି ବଲ୍‌ ଟାମ୍ପରିଂ କରିଥିଲେ। ମାତ୍ର କ୍ୟାମେରାରେ ଏହି କାର୍ଯ୍ୟ ଧରା ପଡ଼ିଯାଇଥିଲା।

ଏହି ଘଟଣାପରେ ଷ୍ଟିଭ୍‌ ସ୍ମିଥ୍‌ ଓ ଡ଼େଭିଡ଼୍‍ ଓ୍ଵାର୍ଣ୍ଣର୍‌ଙ୍କୁ ୧ ବର୍ଷ ଲାଗି ଦଳରୁ ବାସନ୍ଦ କରାଯାଇଥିବାବେଳେ ବାନ୍‌ କ୍ରଫ୍ଟ ଙ୍କୁ ୯ ମାସ ବାସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର