ଭୁବନେଶ୍ୱର (ସୁରେଶ ସ୍ୱାଇଁ): ଓଡ଼ିଶା ଟେନିସ୍ର ଆଗଧାଡ଼ିର ଖେଳାଳି ଅଂଶୁ କୁମାର ଭୂୟାଁ ଡେଭିସ୍ କପ୍ ଖେଳାଳି ବିଜୟନ୍ତ ମଲ୍ଲିକଙ୍କୁ ସାଥୀ କରି ଚଳିତ ଆଇଟିଫ୍ ଫୁଚର୍ସର ଯୁଗଳ ବର୍ଗରେ ଖେଳିଛନ୍ତି। ହରିଆନା ପୁଲିସରେ ଇନ୍ସ୍ପେକ୍ଟର ଥିବା ବିଜୟନ୍ତ ୨୦୧୩ ମସିହାରେ ଭାରତୀୟ ଡେଭିସ୍ କପ୍ ଦଳରୁ ଖେଳିଥିଲେ। କେତେକ କାରଣରୁ ଟେନିସ୍ଠାରୁ ଦୂରେଇ ଯାଇଥିଲେ ମଧ୍ୟ ପ୍ରତ୍ୟାବର୍ତନ ପରେ ନିଜ ମାନ୍ୟତାରେ ଦ୍ରୁତ ଉନ୍ନତି ଆଣିବାରେ ସକ୍ଷମ ହୋଇଛନ୍ତି। ଭାରତୀୟ ଟେନିସ୍ ସମ୍ପର୍କରେ ବିୟଜନ୍ତ ବି ବେଶ ସକରାତ୍ମକ ଭାବନା ରଖିଥିବା ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ। ଭାରତୀୟ ଟେନିସ୍ ଏବେ ଭଲ କରୁଛି। ଭାରତରେ ଖେଳାଳି ଅଭାବ ନାହାଁନ୍ତି କି ପ୍ରତିଭାର ଅଭାବ ନାହିଁ। ଅଭାବ ରହିଛି ପ୍ରତିଯୋଗିତାର ବୋଲି କହିଥିଲେ ବିଜୟନ୍ତ। ଅଧିକ ପ୍ରତିଯୋଗିତା ଏବଂ ଏକ୍ସପୋଜର ମିଳିଲେ ସୁଯୋଗ ବଢ଼ି ପାରିବ। ୟ୍ରୁକି ଭାମ୍ବ୍ରୀ ଏବେ ଶୀର୍ଷ ୧୦୦ ଭିତରେ ଅଛନ୍ତି। ଯୁଗଳ ବର୍ଗରେ ବହୁ ଖେଳାଳି ଅଛନ୍ତି। ଆମ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି କହିଥିଲେ ଏହି ୨୮ ବର୍ଷୀୟ ଖେଳାଳି।
ବ୍ୟକ୍ତିଗତ ଭାବେ ମୁଁ ନିଜ ମାନ୍ୟତାକୁ ବଢ଼ାଇବାକୁ ଚାହୁଁଛି। ମୋ ପାଇଁ ଏବେ ପ୍ରତିଟି ମ୍ୟାଚ୍ ଏବଂ ପ୍ରତିଯୋଗିତା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଭାରତୀୟ ଦଳରୁ ଖେଳିବା ମୋ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ ଥିଲା। ଭାରତୀୟ ଦଳକୁ ଫେରିବା ମୋ ପରବର୍ତୀ ଲକ୍ଷ୍ୟ ବୋଲି କହିଥିଲେ ବିଜୟନ୍ତ। ଏବେ ଏବେ ତ ମୁଁ ଫେରିଛି, ଦେଖୁଛି କିଭଳି ବିତିବ। ୩୦/୩୫ ବର୍ଷ ବୟସ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବି। ମୁଁ ମାତ୍ର ୭ ବର୍ଷ ବୟସରେ ଖେଳ ଆରମ୍ଭ କରିଥିଲି। ସରକାରୀ ଚାକିରି କରୁଥିବା ପିତା କେବଳ ଟେନିସ୍ ଖେଳ ଆରମ୍ଭ କରାଇଥିଲେ। ମୁଁ ଏହାକୁ ଆଗକୁ ନେଇଥିଲି। ବିଭିନ୍ନ ବୟସ ବର୍ଗରେ ବିଜେତା ହେବା ସହିତ ଏକ ନମ୍ବର ରହିଥିଲି।
ପ୍ରଥମ ଥର ଓଡ଼ିଶା ଆସି ମୁଁ ଆୟୋଜନରେ ଅଭିଭୂତ ହୋଇଯାଇଛି। ମୁଁ ଖେଳିଥିବା ବଡ଼ ପ୍ରତିଯୋଗିତା ମଧ୍ୟରେ ଏହା ସବୁଠୁ ଶ୍ରେଷ୍ଠ। ଏହା ଓଡ଼ିଶା ଖେଳାଳିଙ୍କୁ ବହୁ ଭାବରେ ପ୍ରଭାବିତ କରିବ। ଏଭଳି ପ୍ରତିଯୋଗିତା ଦେଖିଲେ ଟେନିସ୍ ପ୍ରତି ଅଧିକ ଖେଳାଳି ଆକର୍ଷିତ ହେବେ ଏବଂ କ୍ରିକେଟ୍ର ପ୍ରତି ଥିବା ଦୁର୍ବଳତା ବି ଟେନିସ୍ ଆଡ଼କୁ ଫେରିପାରିବ। ଗ୍ରାମାଞ୍ଚଳରେ ଏଭଳି ପ୍ରତିଯୋଗିତା ଅଧିକରୁ ଅଧିକ ଦେଖାଇବାର ଆବଶ୍ୟକତା ରହିଛି। ଯୁଗଳ ସାଥୀ ଅଂଶୁ କୁମାର ଭୂୟାଁଙ୍କ ସମ୍ପର୍କରେ ବିଜୟନ୍ତ ଢ଼େର ପ୍ରଶଂସା କରିଥିଲେ। ଓଡ଼ିଶାର ଅନେକ ଖେଳାଳିଙ୍କୁ ମଁ ଜାଣିଛି ଏବଂ ବଂଧୁତା ରହିଛି। ଅଂଶୁର ଭବିଷ୍ୟତ ଉଜ୍ୱଳ ବୋଲି ପ୍ରକାଶ କରିଥିଲେ।
ଡେଭିସ୍ କପର୍ଙ୍କୁ ସାଥୀ କଲେ ଅଂଶୁ
/sambad/media/post_attachments/wp-content/uploads/2018/02/7-Ansu-Vijayant-AKS_3960.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)