ଲଣ୍ଡନ : ଚଳିତ ବର୍ଷ ଡେଭିସ କପ୍ ଫାଇନାଲ୍ସ ୩ଟି ସହରରେ ଅନୁଷ୍ଠିତ ହେବ। ମାଦ୍ରିଦ ସହ ଏହି ପ୍ରତିଯୋଗିତା ତୁରିନ ଓ ଇନ୍ବ୍ରୁକ୍ରେ ଆୟୋଜିତ ହେବ ବୋଲି ସୋମବାର ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍) ଘୋଷଣା କରିଛି। ଆଇଟିଏଫ୍ ଓ ଏହା ସହଯୋଗୀ କସମୋସ ଟେନିସ ଏହି ପୁରୁଷ ଟେନିସ ପ୍ରତିଯୋଗିତାକୁ ୭ ଦିନ ବଦଳରେ ୧୧ରୁ ଅଧିକ ଦିନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୩ ସହର ୬ ଲେଖାଏଁ ଗ୍ରୁପ୍ ମ୍ୟାଚ୍ ଆୟୋଜନ କରିବେ। ମାଦ୍ରିଦ୍ରେ ୨ ଏବଂ ତୁରିନ ଓ ଇନ୍ବ୍ରୁକ୍ରେ ଗୋଟିଏ ଲେଖାଏଁ କ୍ବାର୍ଟର୍ ଫାଇନାଲ୍ ଖେଳାଯିବ। ସେମିଫାଇନାଲ୍ ଓ ଫାଇନାଲ୍ ମାଦ୍ରିଦ୍ରେ ଆୟୋଜିତ ହେବ। ୧୮ ଦେଶକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ଚଳିତ ବର୍ଷ ନଭେମ୍ବର ୨୫ରୁ ଆରମ୍ଭ ହେବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp