ଡେଭିସ୍‌ କପ୍‌: ଭାରତକୁ ଆଶା ଦେଲେ ଲିଆଣ୍ଡର୍‌-ରୋହନ

ଜାଗରେବ୍‌: କ୍ରୋଏସିଆ ବିପକ୍ଷ ଡେଭିସ୍ କପ୍‌ ମୁକାବିଲାରେ ଭାରତ ଆଶାକୁ ଉଜ୍ଜୀବିତ କରିଛନ୍ତି ଯୁଗଳ ଯୋଡ଼ି ଲିଆଣ୍ଡର୍‌ ପେସ୍ ଏବଂ ରୋହନ ବୋପାନ୍ନା। ପ୍ରଥମ ଦୁଇ ଏକକ ମ୍ୟାଚ୍‌ ହାରିଥିବା ଭାରତ ଶନିବାର ଯୁଗଳ ମୁକାବିଲାକୁ ଜିତିନେଇଛି। ମିଳିତଭାବେ ୮୬ ବର୍ଷ ବୟସର ଏହି ଭାରତୀୟ ଯୋଡ଼ି ଦୁଇ ଘଣ୍ଟା ୨୧ ମିନିଟ୍‌ ଲଢ଼େଇ କରି ୬-୩, ୬-୭ (୯), ୭-୫ରେ କ୍ରୋଏସିଆର ମେଟ୍‌ ପାଭିକ୍‌ ଓ ଫ୍ରାଙ୍କୋ ସୁଗୋରଙ୍କୁ ପରାସ୍ତ କରିଥିଲେ। ଚୂଡାନ୍ତ ପର୍ଯ୍ୟାୟ ଯୋଗ୍ୟତା ଲାଗି ଏବେ ଭାରତକୁ ରବିବାରର ଉଭୟ ଏକକ ମ୍ୟାଚ୍‌ ଜିତିବା ଆବଶ୍ୟକ ହେବ। ଶନିବାର ପ୍ରଥମ ଏକକରେ କ୍ରୋଏସିଆର ଯୁବ‌ ଖେଳାଳି ‌ବର୍ନୋ ଗୋଜୋଙ୍କୁ ଦୁର୍ବଳ ମନେ କରି ପ୍ରଜ୍ଞେଶ ଗୁଣେଶ୍ବରନ୍‌ ୩-୬, ୬-୪, ୬-୨ରେ ହାରିଯାଇଥିଲେ। ଏହାପରେ ଦ୍ବିତୀୟ ଏକକ ମୁକାବିଲାରେ ବିଶ୍ବର ୩୭ ନମ୍ବର ମାରିନ୍ ସିଲିକ ସିଧାସଳଖ ୭-୬ ଓ ୭-୬ ସେଟ୍‌ରେ ବିଶ୍ବ ମାନ୍ୟତାର ୮୨ ରାମକୁମାର ରାମନାଥନ୍‌ଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର