ଆଇଟିଏଫ୍ ଫ୍ୟୁଚର୍ସ ଆୟୋଜନ ପରେ ଭୁବନେଶ୍ୱରରେ ଡେଭିସ୍ କପ୍ ଏବଂ ଆଇଟିଏଫ୍ ଚାଲେଞ୍ଜର୍ସର ସ୍ୱପ୍ନକୁ ନେଇ ଢ଼େର ଉତ୍ସାହିତ ଅଛନ୍ତି ଓଡ଼ିଶା ଟେନିସ୍ ସଂଘ ସଭାପତି ତଥା ଆଇଟା କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଅସିତ ତ୍ରିପାଠୀ। ଭୁବନେଶ୍ୱର ଭିତ୍ତିଭୂମୀର ଅଭାବରୁ ଆମେ ବଡ଼ ପ୍ରତିଯୋଗିତା କରିପାରିନଥିଲୁ। କିନ୍ତୁ ପ୍ୟାଭିଲିଅନ୍ ପାଇଁ ଆଜିର ଘୋଷଣା ଅଧିକ ଆଶା ଦେଇଛି। ଆଇଟା ସମ୍ପାଦକ ମଧ୍ୟ ଏଠାରେ ଡେଭିସ୍ କପ୍ ସମ୍ଭବ ବୋଲି ଆଶା ପ୍ରକାଶ କରିିଛନ୍ତି। ଏହା ଅସମ୍ଭବ ନୁହେଁ। କେବଳ ଆମକୁ ଅସ୍ଥାୟୀ ଭିତ୍ତିଭୂମୀ ନୁହେଁ ସ୍ଥାୟୀ ନିର୍ମାଣ କରିବାକୁ ପଡ଼ିବ। ସରକାରଙ୍କ ସମର୍ଥନ ଉତ୍ସାହଜନକ ରହିଛି। ପ୍ୟାଭିିଲିଅନ୍, ପ୍ଲେୟାର୍ସ ଲାଉଞ୍ଜ୍, ଲକର୍ ରୁମ, ଟଏଲେଟ୍, ଜିମ୍ନାସିୟମ୍ ହୋଇଗଲେ ଏହା ଏକ ସ୍ୱୟଂସମ୍ପୂର୍ଣ୍ଣ କେନ୍ଦ୍ର ପାଲଟିଯିବ। ଦକ୍ଷିଣପାର୍ଶ୍ୱରେ ଏହାକୁ କରାଯିବା ପରେ ଏଠାରେ ବଡ଼ ଟେନିସ୍ ମାହୋଲ୍ ବନିଯିିବ। ଓଡ଼ିଶା ଟେନିସ୍ରେ ଏବେ ଭିତ୍ତିଭୂମୀ ବଢ଼ିଗଲାଣି, ପ୍ରଶିକ୍ଷକ କମ୍ ଅଛନ୍ତି, ଖେଳାଳିଙ୍କ ମଧ୍ୟରେ ସଚେତନତା ବଢ଼ିସାରିଛି ବୋଲି କହିିଥିଲେ ଗୃହ ବିଭାଗ ସଚିବ ଶ୍ରୀ ତ୍ରିପାଠୀ।
ଡେଭିସ୍ କପ୍ ଅସମ୍ଭବ ନୁହେଁ: ଅସିତ ତ୍ରିପାଠୀ
/sambad/media/post_attachments/wp-content/uploads/2018/02/DavisCupFeature.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)