ହାଇଦ୍ରାବାଦ୍: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଜାରି ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ୩୧୧ ରନ୍ରେ ଅଲଆଉଟ କରିବା ଭାରତ ୪ଟି ଓ୍ଵିକେଟ ହରାଇ ୩୦୮ ରନ୍ ସଂଗ୍ରହ କରିଛି। ଆଜିଙ୍କ୍ୟ ରାହାଣେ (୭୫ ରନ୍) ଓ ଋଷଭ ପନ୍ତ (୮୫ ରନ୍)ରେ ଶନିବାର ଅପରାଜିତ ରହି ପଡିଆ ଛାଡ଼ିଛନ୍ତି।
ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସ ଆଧାରରେ ଭାରତ ଏବେ ମାତ୍ର ୩ ରନ୍ ପଛରେ। ଭାରତ ଏକ ସଙ୍କଟଜନକ ପରିସ୍ଥିତିରେ ପହଞ୍ଚିଥିଲା। କିନ୍ତୁ ରାହାଣେ ଓ ପନ୍ତ ୫ମ ଓ୍ଵିକେଟ ପାଇଁ ୧୪୨ ରନ୍ ଭାଗିଦାରୀ ହୋଇଛନ୍ତି। ପନ୍ତ ନିଜର ଇନିଂସରେ ଏପର୍ଯ୍ୟନ୍ତ ୧୨୦ ବଲ ଖେଳି ୧୦ ଚୌକା ଓ ଗୋଟିଏ ଛକା ମାରିଥିବା ବେଳେ ରାହାଣେ ୧୭୪ ବଲ ଖେଳି ୬ଟି ଚୌକା ମାରିଛନ୍ତି।
/sambad/media/post_attachments/wp-content/uploads/2018/10/wi-2-300x168.jpeg)
ଟିମ୍ ଇଣ୍ଡିଆ ପ୍ରଥମ ଓ୍ଵିକେଟ ଭାବରେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଓପନର ରାହୁଲ ପୁଣି ଥରେ ବିଫଳ ହୋଇଛନ୍ତି ଓ ସେ ୯ମ ଥର ପାଇଁ ବୋଲ୍ଡ ଅଥବା ଏଲବିଡବ୍ଲୁ ହୋଇ ପାଭଲିଅନ ଫେରିଛନ୍ତି। ଏହି ଇନିଂସରେ ରାହୁଲଙ୍କୁ ଜେସନ ହୋଲଡର ବୋଲ୍ଡ କରିଥିଲେ।
ଲୋକେଶ (୪ରନ୍) ପାଭଲିଅନ ଫେରିବା ବେଳକୁ ଭାରତର ସ୍କୋର ୬୧ ରନ୍ ଥିଲା। ସେହିଭଳି ପୃଥ୍ଵୀ ସ(୭୦ ରନ୍) ଆଉଟ ହେବା ବେଳକୁ ସ୍କୋର ୯୮ ରନ୍ ଥିବା ବେଳେ ଚେତେଶ୍ୱର ପୂଜାରା ମାତ୍ର ୧୦ ରନ ଯୋଗଦାନ ଦେଇ ପାଭଲିଅନ ଫେରିଥିଲେ। ଅଧିନାୟକ ବିରାଟ କୋହଲି (୪୫)ଙ୍କ ଓ୍ଵିକେଟଙ୍କୁ ଭାରତ ୧୬୨ ରନ୍ରେ ହରାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/rishabh-panth.jpeg)