ଭୁବନେଶ୍ୱର: ଝାରପଡ଼ା ଶାନ୍ତିନଗର କ୍ରିଷ୍ଣା କ୍ଲବ୍ ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିଷ୍ଣା କପ୍ କ୍ରିକେଟ୍ ପ୍ରତିଯୋଗିତା ଆସନ୍ତା ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟ (ବରିଷ୍ଠ ଓ ଅନ୍ତଃବିଦ୍ୟାଳୟ ବର୍ଗ)ରେ ପ୍ରତିଯୋଗିତା ହେବ। ବରିଷ୍ଠ ବର୍ଗରେ ୧୬ ଏବଂ ଅନ୍ତଃବିଦ୍ୟାଳୟ ବର୍ଗରେ ୮ ଦଳ ଭାଗ ନେବେ। ସମସ୍ତ ମ୍ୟାଚ୍ ୬ ଓଭର ବିଶିଷ୍ଟ ଏବଂ ନକ୍ଆଉଟ୍ ଭିତ୍ତିରେ ଖେଳାଯିବ। ପ୍ରତି ଦଳରେ ୯ ଖେଳାଳି ରହିବେ। ବରିଷ୍ଠ ବର୍ଗର ବିଜେତା ଦଳକୁ ଟ୍ରଫି ସହ ୩୨,୦୦୦ ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୨୦,୦୦୦ ଟଙ୍କା ପୁରସ୍କାର ରାଶି ମିଳିବ। ଏହା ବ୍ୟତୀତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳିଙ୍କୁ ୩୦୦୦ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଙ୍କୁ ୫୦୦୦ ଟଙ୍କା ପୁରସ୍କାର ମିଳିବ। ଅନ୍ତଃବିଦ୍ୟାଳୟ ବର୍ଗରେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯିବ। ଏହି ବର୍ଗରେ ମ୍ୟାଚ୍ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କାର ରାଶି ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଙ୍କୁ ଏକ ସାଇକେଲ ପ୍ରଦାନ କରାଯିବ। ମ୍ୟାଚ୍ ବେଳେ ଷ୍ଟାଡିୟମ୍ରେ ଏଲ୍ଇଡି ସ୍କ୍ରିନ୍ ସାଙ୍ଗକୁ ଡିସ୍ପ୍ଲେ ସ୍କୋର୍ ବୋର୍ଡ ଓ ତୃତୀୟ ଅମ୍ପାୟାର ବ୍ୟବସ୍ଥା ଚଳିତ ବର୍ଷର ବିଶେଷତ୍ୱ। ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍ର ସଭାପତି ପ୍ରକାଶ କୁମାର ଜେନା ପ୍ରତିଯୋଗିତା ସଂପର୍କରେ ସୂଚନା ଦେଇଥିଲେ। ଉପସଭାପତି ଅଜୟ ସାହୁ, ସାଧାରଣ ସଂପାଦକ ସମରଜିତ ଖୁଣ୍ଟିଆ, କୋଷାଧ୍ୟକ୍ଷ ବିଶ୍ୱକାନ୍ତ ପଣ୍ଡା, ପରିଚାଳକ ଅଭିଷେକ ବେହେରା ଏବଂ ପ୍ରତିଯୋଗିତା ପରିଚାଳନା ସମିତି ଅଧ୍ୟକ୍ଷ ବିଜୟ ରାୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
କ୍ରିଷ୍ଣା କପ୍ ଦିବାରାତ୍ର କ୍ରିକେଟ୍ ୧୦ରୁ
/sambad/media/post_attachments/wp-content/uploads/2018/02/6-Krishana-club.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)