ଦିବାରାତ୍ର କବାଡି: କିଟ୍‌ ମହିଳା ବିଜେତା

ଦେବଗଡ଼: ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସରରେ ଆୟୋଜିତ ଅଷ୍ଟମ ରାଜ୍ୟସ୍ତରୀୟ ଦିବାରାତ୍ର କବାଡ଼ି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ବର୍ଗରେ ଢେଙ୍କାନାଳ ସାଇ ଛାତ୍ରାବାସ ଏବଂ ମହିଳାରେ କିଟ୍‌ ବିଜେତା ‌ହୋଇଛି। ଛାତ୍ରାବାସ ଦଳ ପୁରୁଷ ଫାଇନାଲ୍‌ରେ କଟକକୁ ଏବଂ କିଟ୍‌ ମହିଳା ଫାଇନାଲ୍‌ରେ କୁଆଖିଆକୁ ପରାସ୍ତ କରି ଟ୍ରଫି ଜିତିଥିଲା। ଓଡ଼ିଶା କବାଡ଼ି ସଂଘ ରେଫରି ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନଙ୍କ ନେତୃତ୍ବରେ ରାଜେଶ ସେଠ, ପ୍ରମୋଦ ସାହୁ, ମଳୟ ରାଉତ, ସୁରେନ୍ଦ୍ର ନାୟକ, ଲିଙ୍ଗରାଜ ସାହୁ, ବୁଦ୍ଧଦେବ ପ୍ରଧାନ, ବିଶ୍ବଭୂଷଣ ପାଲ, ମିହିର ପଟ୍ଟନାୟକ, ପ୍ରଶାନ୍ତ ପରିଡ଼ା, ପୃଥ୍ବୀରାଜ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ। ବିଧାୟକ ନିତେଶ ଗଙ୍ଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର