ପିଙ୍କ ବଲ ଟେଷ୍ଟ କେବେ କେମିତି ଠିକ୍‌, କ୍ରମାଗତ ଭାବେ ଠିକ୍‌ ନୁହେଁ: କୋହଲି

କୋଲକାତା: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଗୁରୁବାର କହିଛନ୍ତି ଯେ, ଦିବା-ରାତ୍ର ଟେଷ୍ଟ କେବେ କେମିତି ଆୟୋଜନ ହେବା ଠିକ୍‌ କିନ୍ତୁ କ୍ରମାଗତ ଭାବେ ହେବା ଠିକ୍‌ ନୁହେଁ। କାରଣ ସକାଳୁ ସକାଳୁ ନାଲି ବଲକୁ ସମ୍ମୁଖୀନ ହେବା ମନୋରଞ୍ଜନ ସହିତ ସାଲିସ କରାଯାଇପାରିବ ନାହିଁ।

ଭାରତ ଶୁକ୍ରବାର ବାଂଲାଦେଶ ବିପକ୍ଷରେ ଦିବା-ରାତ୍ରର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ। କୋହଲି କହିଛନ୍ତି, ଏହି ପ୍ରକାରର ମ୍ୟାଚ କେବେ କେମିତି ଠିକ କିନ୍ତୁ କ୍ରମାଗତ ଭାବେ ଠିକ ନୁହେଁ। ମୋ ମତରେ କେବଳ ଏହି ପ୍ରକାରର ଟେଷ୍ଟ କ୍ରିକେଟ୍‌ ନ ଖେଳିବା ଦରକାର। ଏହି ପ୍ରକାର ଟେଷ୍ଟ ମ୍ୟାଚ୍‌ ଜାରି ରହିଲେ ସକାଳର କ୍ରିକେଟ ବିପଦରେ ପଡ଼ିଯିବ।

କୋହଲି କହିଛନ୍ତି ଯେ, ଆପଣ ଟେଷ୍ଟ କ୍ରିକେଟକୁ ରୋମାଞ୍ଚକ କରିପାରିବେ କିନ୍ତୁ କେବଳ ଲୋକଙ୍କୁ ମନୋରଂଜନ ଯୋଗାଇବା ପାଇଁ କ୍ରିକେଟ ଖେଳାଯାଇପାରିବ ନାହିଁ। କୋହଲି କହିଛନ୍ତି। ଯଦି ମୋତେ ଟେଷ୍ଟ କ୍ରିକେଟ ପସନ୍ଦ ଲାଗୁନାହିଁ, ବଳ ପୂର୍ବକ ଆଗ୍ରହ ସୃଷ୍ଟି କରାଯାଇପାରିବ ନାହିଁ। ଲୋକଙ୍କୁ ଯଦି ଟେଷ୍ଟ କ୍ରିକେଟରେ ବଲ ଓ ବ୍ୟାଟ୍‌ର ଲଢ଼େଇ ଦେଖିବାକୁ ଭଲ ଲାଗେ, ତା’ହେଲେ ଟେଷ୍ଟ କ୍ରିକେଟ ଦେଖିବାକୁ ଆସିବେ। କାରଣ ସେମାନଙ୍କୁ ଜଣା ଅଛି ଯେ, ଟେଷ୍ଟ କ୍ରିକେଟ କ’ଣ।

ସମ୍ବନ୍ଧିତ ଖବର