ଭୁବନେଶ୍ବର: ଏଣିକି ଆଉ ଦିନ ମଜୁରିଆ ଭାବେ କାମ କରିବାକୁ ପଡିବ ନାହିଁ ଜାତୀୟସ୍ତରର ଦୁଇ ମହିଳା କ୍ରୀଡ଼ାବିତ୍ଙ୍କୁ। ଜାତୀୟ ପଦକ ବିଜେତା ନୟାଗଡ ଜିଲ୍ଲାର ମହିଳା ରଗ୍ବି ଖେଳାଳି ସୁଜାତା ପ୍ରଧାନ ଓ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଦୁଧଯୋରୀ ପଂଞ୍ଚାୟତର ମହିଳା ଫୁଟ୍ବଲ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କୁ ମଙ୍ଗଳବାର କିସ୍ରେ ନିଯୁକ୍ତି ମିଳିଛି। ‘ସମ୍ବାଦ’ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏମାନଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ନିଜ ଆଡୁ ଡାକି ମଙ୍ଗଳବାର ଉଭୟଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଉଭୟଙ୍କୁ ନିଯୁକ୍ତି ସହ ବର୍ତମାନ ଚଳିବା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଉଭୟ ସୁଜାତା ଓ ଲକ୍ଷ୍ମୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରି ଏବେ ଦୁସ୍ଥ ଜୀବନ ଅତିବାହିତ କରୁଥିବା ବେଳେ ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରୁଥିଲେ। ଟେଲିଫୋନ୍ ଯୋଗେ ଶ୍ରୀ ସାମନ୍ତ ଏହି ଦୁଇ ଖେଳାଳିଙ୍କ ସହ ପୂର୍ବରୁ କଥା ହୋଇ ସେମାନଙ୍କ ଅସୁବିଧା ବିଷୟରେ ଅବଗତ ହେବାପରେ ଆଜି ସେମାନଙ୍କୁ କିସ୍ରେ ନିଯୁକ୍ତି ପାଇଁ ଡାକିଥିଲେ। ଖେଳାଳିମାନଙ୍କୁ ସେମାନଙ୍କ ଅସମୟରେ କିଟ୍ ଓ କିସ୍ ନିୟମିତ ଭାବେ ଏଭଳି ସହାୟତା ଯୋଗାଇ ଆସୁଥିବାରୁ ଉଭୟ ଖେଳାଳି ଏହାର ମୁଖ୍ୟ ତଥା କନ୍ଧମାଳ ସାଂସଦ ଡକ୍ଟର ସାମନ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତ।
ଦିନ ମଜୁରିଆ ଖେଳାଳିଙ୍କୁ କିସ୍ରେ ନିଯୁକ୍ତି
/sambad/media/post_attachments/wp-content/uploads/2020/10/dfhhf65h4sf9h7sf89h7sfhfshfhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)