ଡିଡିସିଏ କ୍ରିକେଟ୍‌ ସମିତିରୁ ଇସ୍ତଫା ଦେଲେ ସେହବାଗ, ଚୋପ୍ରା, ସାଂଘବୀ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗଙ୍କ ସହ ଅକାଶ ଚୋପ୍ରା ଏବଂ ରାହୁଲ ସାଂଘବୀ ସୋମବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍‌ ସଂଘ (ଡିଡିସିଏ)ର କ୍ରିକେଟ୍‌ ସମିତିରୁ ଇସ୍ତଫା ଦେଇଛନ୍ତି। ଡିଡିସିଏ କିଛି ଦିନ ମଧ୍ୟରେ ଲୋଧା ସୁପାରିସ ଅନୁସାରେ ନିଜର ସମ୍ବିଧାନ ପ୍ରସ୍ତୁତ କରିବ। ଏହି ତିନିଜଣ ଅନ୍ୟ ସଂସ୍ଥା ସହିତ ଜଡ଼ିତ ଅଛନ୍ତି। ଦ୍ୱୈତ ସ୍ୱାର୍ଥ ନୀତି ଯୋଗୁଁ ସମିତିରୁ ସେମାନେ ବାଦ୍‌ ପଡ଼ିବା ଏକପ୍ରକାର ନିଶ୍ଚିତ ଥିଲା। ସେଥିପାଇଁ ମଙ୍ଗଳବାର ସମସ୍ତେ ନିଜ ନିଜର ପଦ ଛାଡ଼ିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ତିନି ଜଣ ପୂର୍ବତନ ଅଲରାଉଣ୍ଡର ମନୋଜ ପ୍ରଭାକରଙ୍କ ପାଇଁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି। ପ୍ରଭାକରଙ୍କୁ ରାଜ୍ୟ ଦଳର ବୋଲିଂ ପ୍ରଶିକ୍ଷକ ରଖିବାକୁ ଏମାନେ ଛାହୁଁଥିଲେ। ମ୍ୟାଚ୍‌ ଫିକ୍ସିଂରେ ଫସିଥିବା ପ୍ରଭାକରଙ୍କୁ ନେବାକୁ କିନ୍ତୁ ଦିଲ୍ଲୀ ଅଧିନାୟକ ଗୌତମ ଗମ୍ଭୀର ବିରୋଧ କରିଥିଲେ। ଏଥିସହ ଏମାନଙ୍କ ଏହି ଅନୁରୋଧକୁ ଡିଡିସିଏ ଖାରଜ କରି ଦେଇଥିଲା। ଏହି ସବୁକୁ ନେଇ ସେହବାଗ, ଚୋପ୍ରା ଓ ସାଂଘବୀ ଇସ୍ତଫା ଦେଇଥିବା ଚର୍ଚା ହେଉଛି।

ସମ୍ବନ୍ଧିତ ଖବର