ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣରୁ କ୍ରିକେଟର ବିରାଟ କୋହଲି ଏବେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମ୍ୟାଚ ଖେଳୁନାହାନ୍ତି | ତେବେ ବର୍ତ୍ତମାନ କୋହଲିଙ୍କୁ ନେଇ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ | ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ ଏଲଗାର କହିଛନ୍ତି ଯେ ବିରାଟ କୋହଲି ଥରେ ତାଙ୍କ ଉପରେ ଛେପ ପକାଇଥିଲେ। ୨୦୧୫ ମସିହାର ଘଟଣାକୁ ମନେ ପକାଇ ଡିନ୍ ଏଲଗାର କହିଛନ୍ତି ଯେ ମ୍ୟାଚ୍ ସମୟରେ କୋହଲି ରାଗିଯାଇ ତାଙ୍କ ଉପରେ ଛେପ ପକାଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା। ଉଭୟ ପରସ୍ପରକୁ ଗାଳି ମଧ୍ୟ କରିଥିଲେ | ଡିନ୍ ଏଲଗାର କହିଛନ୍ତି, "ଯେତେବେଳେ ମୁଁ ବ୍ୟାଟିଂ କରିବାକୁ ଆସିଥିଲି ସେତେବେଳେ ଅଶ୍ୱିନ ଏବଂ ଜାଡେଜାଙ୍କ ସମ୍ମୁଖରେ କୋହଲି ମୋ ଉପରେ ଛେପ ପକାଇଥିଲେ ।

Advertisment

ଏହାକୁ ନେଇ ମୁଁ କୋହଲିଙ୍କୁ ଗାଳି କରିଥିଲି । ତେବେ କୋହଲି ତାଙ୍କ ନିକଟରେ କ୍ଷମା ମାଗିଛନ୍ତି ବୋଲି ଏଲଗାର ମଧ୍ୟ ପ୍ରକାଶ କରିଛନ୍ତି। ଯେତେବେଳେ ୨୦୧୭-୧୮ରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା, କୋହଲି ଏଲଗାରଙ୍କୁ କ୍ଷମା ମାଗିଥିଲେ। ଉଲ୍ଲେଖ ଥାଉ କି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦୁଇଟି ମ୍ୟାଚ୍ ଖେଳାଯାଇ ସରିଛି। ବିସିସିଆଇ ମଧ୍ୟ ଶେଷ ତିନୋଟି ଟେଷ୍ଟ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ନାମ ଘୋଷଣା କରିଛି।

ଆଉ କୋହଲି ପୁରା ସିରିଜରୁ ବାଦ ପଡିଛନ୍ତି | ଏହାପୂର୍ବରୁ ଯେତେବେଳେ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ବାବଦରେ ଘୋଷଣା କରାଯାଇଥିଲା, ସେତେବେଳେ କୋହଲିଙ୍କୁ ସାମିଲ କରାଯାଇଥିଲା |କିନ୍ତୁ ପରେ ବିସିସିଆଇ କହିଥିଲା ଯେ ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ ଦୂରେଇ ଯାଇଛନ୍ତି |